ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ପାଣିରେ ବୁଡି ୨ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଠପାଳ ବନ୍ଧରେ ବୁଡି ୨ ଆଇଟିଆଇ ଛାତ୍ର ଙ୍କ ମୃତ୍ୟୁ ହୋଇଛି । ଏକ ଶିଳ୍ପତାଲିମ କେନ୍ଦ୍ରର ଏହି ଛାତ୍ର ଦ୍ବୟ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି । ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜିର ତିନି ଘଣ୍ଟା ପରେ ଦୁଇ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର କରିଥିଲେ ।

ସୂଚନା ଅନୁଯାୟୀ ମୃତ ଦୁଇଜଣ ହେଲେ ବାଦାମପାହାଡ଼ ଅଞ୍ଚଳର ଭଣ୍ଡନ ଗ୍ରାମର ଠାକୁର ସୋରେନ ଓ ଟାଟୋ ଅଞ୍ଚଳର ବଡ଼ଗାଁ ଗ୍ରାମର ଭାଗ୍ୟ ପ୍ରକାଶ ପାତ୍ର। ସେମାନେ ହଷ୍ଟେଲରେ ରହି ପଢୁଥିଲେ । ୨ଜଣ ଛାତ୍ରୀଙ୍କ ଶରୀର ଅସୁସ୍ଥ ପାଇଁ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ସେମାନଙ୍କୁ ଡାକ୍ତରଖାନା ନେଇ ଯାଇଥିବା ବେଳେ ଛାତ୍ରମାନେ ମୂର୍ତ୍ତି ବିସର୍ଜନ ପାଇଁ ବନ୍ଧକୁ ଆସିଥିଲେ। ତେବେ ମୂର୍ତ୍ତି ବିସର୍ଜନ ବେଳେ ଅସାବଧାନତା କାରଣରୁ ପ୍ରକାଶ ପାଣିରେ ବୁଡି ଯାଇଥିଲେ। ସୂଚନା ଥାଉକି ଗଣେଜ ପୂଜା ମୂର୍ତ୍ତି ବିସର୍ଜନ ସମୟରେ ବାରିପଦା ସଦରଥାନା ଅଧୀନ ଲକ୍ଷ୍ମୀପୋଷୀ ନିକଟ ସୁବର୍ଣ୍ଣରେଖା କେନାଲରେ ୨ଜଣ ଓଏଭି ଛାତ୍ର ବୁଡିବାର ୪ଦିନ ପରେ ପୁଣି ଏଭଳି ଘଟଣା ଚିନ୍ତାଜନକ ସାଜିଛି ।

Exit mobile version