ଖପ୍ରାଖୋଲ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ପାଳିତ : ଉତ୍ତମ ଚରିତ୍ର ଗଠନ ସହ ଭଲ ମଣିଷ ହେବାକୁ ଆହ୍ଵାନ

୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ସମାରୋହ ମଙ୍ଗଳବାର ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ଓ ଅଧକ୍ଷା ସରିତା ନାଏକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ମୁଖ୍ୟ ବକ୍ତା ରୂପେ ବ୍ଲକ୍ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମାଝୀ, ସମ୍ମାନିତ ଅତିଥି ରୂପେ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରତୀକ୍ଷା ସାହୁ, ସି ଆର ପି ଏଫ୍ ଆସିଷ୍ଟାଣ୍ଟ କମାଣ୍ଡେଣ୍ଡ ସଞ୍ଜୟ କୁମାର ଚୌରାଶିଆ ପ୍ରମୁଖ ଯୋଗଦେଇ ଓଡ଼ିଶାରେ ଶିକ୍ଷା ର ବିକାଶ ସହ ଗ୍ରାମୀଣ ସ୍ତରରେ ମଧ୍ୟ ଇଂରାଜୀ ମାଧ୍ୟମ ରେ ଉଚ୍ଚ କୋଟିର ଶିକ୍ଷା ପ୍ରଦାନ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଭୂମିକା ଉପରେ ଆଲୋକପାତ କରିଥିଲେ।

ସେହି ପରି ଛାତ୍ରୀ ଛାତ୍ର ମାନେ ଅଧ୍ୟୟନ କରି ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଲାଭ କରିବାରେ ସମର୍ଥ ହେଉଥିବା ବେଳେ କଠିନ ପରିଶ୍ରମ ଅଧ୍ୟୟନ କରି ବା ସହ ଉତ୍ତମ ଚରିତ୍ର ଗଠନ କରିବାକୁ ଅତିଥି ମାନେ ଛାତ୍ରୀ ଛାତ୍ର ଙ୍କୁ ଦିଗଦର୍ଶନ କରିଥିଲେ। ଏହି ଅବସରରେ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ନାଚ ଗୀତ ପରିବେଷିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଲାଭ କରିଥିବା ପ୍ରତିଯୋଗୀ ଓ ପ୍ରତିଭାଙ୍କୁ ଅତିଥି ମାନେ ଟ୍ରଫି ସହ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ମଧୁସ୍ମିତା ଦାସ ଓ ଧର୍ମରାଜ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଭି ଏମ ଡି ସି ସଦସ୍ୟ, ଛାତ୍ରୀ ଛାତ୍ର, ଅଭିଭାବକ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷୟତ୍ରୀ ଦମୟନ୍ତୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version