ଖପ୍ରାଖୋଲ ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ ଉତ୍ସବ : ନାଚ ଗୀତ ସହ ସଫଳ ମହିଳା ଙ୍କୁ ସମ୍ବର୍ଦ୍ଧନା

୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ଭାରତ ର ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀ ଜୀ ଆଭାଷି ମାଧ୍ୟମରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ମଙ୍ଗଳବାର କରିଥିଲେ। ଏହି ଅବସରରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଯୋଜନା ର ଶୁଭାରମ୍ଭ ଉତ୍ସବ ଆୟୋଜିତ ହୋଇଥିଲା । ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମାରୋହ ରେ ମୂଖ୍ୟ ଅତିଥି ରୂପେ ବ୍ଲକ୍ ଅଧକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ରୂପେ ଉପମୁଖ୍ୟ ମନ୍ତ୍ରୀ ଙ୍କ ବ୍ଲକ୍ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ସାଂସଦ ଙ୍କ ବ୍ଲକ୍ ପ୍ରତିନିଧି ସନ୍ତୋଷ କୁମାର ଭାଇଁସାଳ , ସି ଡି ସି ଓ ସୁଜାତା ଦୋରା, ବ୍ଲକ୍ ଅର୍ଥ ଅଧିକାରୀ ହରେକୃଷ୍ଣ ମେହେର, ସହକାରୀ ଯନ୍ତ୍ରୀ କୁଳମଣି ଭୋଇ, ନୋଡାଲ ଅଧିକାରୀ ରୂପେ ଯୋଜନା ଓ ସମନ୍ଵୟ ବିଭାଗ ଉପନିର୍ଦେଶକ କୁଳମଣି ରାଉତ ଥାନା ଅଧିକାରୀ ନରେନ୍ଦ୍ର ଛତ୍ରପ୍ରମୁଖ ଯୋଗଦେଇ ଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳା ଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହି ପରି ପଞ୍ଚାୟତ ମାନଙ୍କରେ ହୋଇଥିବା ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କୁନି ଝିଅ ମାନଙ୍କ ଦ୍ଵାରା ନାଚ ଗୀତ ପରିବେଷିତ ହୋଇଥିଲା । ମଧ୍ୟାହ୍ନ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ମୋଦୀ ଜି ଆଭାଷୀ ମାଧ୍ୟମ ରେ ଯୋଜନା ର ଶୁଭାରମ୍ଭ କରି ମହିଳାଙ୍କୁ ଏହି ଯୋଜନା ସ୍ବାବଲମ୍ବୀ କରିବ ବୋଲି କହିଥିଲେ। ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା ।

ଏହି ଅବସରରେ, ଖାଦ୍ୟ ଯୋଗାଣ ଅଧିକାରୀ ବିକାଶ ବାଲ୍ଲା ମନୋଜ କେରକେଟା, ପ୍ରଶାନ୍ତ ନନ୍ଦ, ଲକ୍ଷ୍ମୀ ନାରାୟଣ ବିଶି, ବୈଦ୍ୟନାଥ ମିଶ୍ର, ସିମାଞ୍ଚଲ ପୁରୋହିତ, ଉମାକାନ୍ତ ମେହେର, ବେତିଖାଇ ସେନ୍ଦ୍ରୀଆ, ଜୟଶ୍ରୀ ଭାଇଁସାଲା ପ୍ରମୁଖ ସରପଞ୍ଚ ବ୍ଲକ୍ କର୍ମଚାରୀ, ଏମ ବି କେ, ସି ଆର ପି, ଆଶା, ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ କନିସ୍କ ବିଭାର ପରିଚାଳନା କରିଥିବା ବେଳେ ଜି ପି ଡି ଓ ପରମେଶ୍ବର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version