Home ଓଡ଼ିଶା ବିଦ୍ୟୁତ୍ ଆଘାତରେ ବୃଦ୍ଧଙ୍କ ମୃତ୍ୟୁ : କ୍ଷତି ପୂରଣ ଯୋଗାଇ ଦେବା ପାଇଁ ଦାବୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଓ ଗଞ୍ଜାମ ସୀମାରେ ଥିବା ବାଇମାଲା ଗାଁରେ ବିଦ୍ୟୁତ୍ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରମେଶ ପ୍ରଧାନ(୬୨) । ଏନେଇ ତାଙ୍କ ସାନ ପୁଅ ଆଲେସ ପ୍ରଧାନ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ସୋରଡ଼ା ଥାନା ଗାଜଲବାଡି ପଞ୍ଚାୟତ ବାଇମାଲା ଗାଁଟି ଦାରିଙ୍ଗବାଡି ନିକଟରେ ରହିଛି। ଗାଁରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ରମେଶଙ୍କ ବାଡି ପଟେ ଥିବା ଏକ ଅମୃତଭଣ୍ଡା ଗଛ ଭାଙ୍ଗି ପଡି ବିଦ୍ୟୁତ୍ ତାର ଉପରେ ପଡିଥିଲା। ଫଳରେ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିଲା। ଏହି ସମୟରେ ରମେଶ କ’ଣ ଶବ୍ଦ ହେଲା ବୋଲି ବାଡି଼କୁ ଯାଇଥିଲେ। ସେତିକିବେଳେ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ପହଞ୍ଚି ବିଦ୍ୟୁତ୍ ବିଭାଗ କର୍ମଚାରୀ ଙ୍କୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିବାକୁ ଫୋନ କରିଥିଲେ। ହେଲେ କର୍ମଚାରୀ ଜଣକ ଟୋଲଫ୍ରି ନମ୍ବରକୁ ଫୋନ କରିବାକୁ କହିଥିଲେ। ଟୋଲଫ୍ରି ନମ୍ବରକୁ ଫୋନ କରିବାରୁ ନିକଟସ୍ଥ ବିଦ୍ୟୁତ ବିଭାଗକୁ ଫୋନ କରିବାକୁ କହିଥିଲେ। ହେଲେ କେହି ବିଦ୍ୟୁତ କାଟିବା ପାଇଁ ପଦକ୍ଷେପ ନେଇ ନ ଥିବା ରମେଶଙ୍କ ବଡ ପୁଅ ଅପନା ପ୍ରଧାନ ଅଭିଯୋଗ କରିଛନ୍ତି। ତେବେ ପରିବାର ଲୋକ କୌଶଳ କ୍ରମେ ରମେଶଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠି ସ୍ବସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳବାର ରମେଶଙ୍କ ମୃତଦେହ ବ୍ୟବଛେଦ କରାଯିବା ସହ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅନ୍ୟ ପକ୍ଷେ ପରିବାର ଲୋକ ଘଟଣାର ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏନେଇ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ପଚାରିବାରୁ ସେ ଫୋନ ରିସିଭ କରି ତୁରନ୍ତ ରମେଶଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ପରାମର୍ଶ ଦେଇଥିବା କହିଛନ୍ତି ଏଥିସହ ସେ କହିଛନ୍ତି ଯେ ବିଭାଗର ଏକ ତଦନ୍ତକାରୀ ଟିମ୍ ପହଞ୍ଚି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ by Proprietor Abhimanyu Maharana June 19, 2026 ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା by Proprietor Abhimanyu Maharana June 19, 2026 Baleshwar Leads Odisha’s Energy Transition with Over 10,000 Rooftop Solar Installations by Proprietor Abhimanyu Maharana June 19, 2026 ମା' ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ by Proprietor Abhimanyu Maharana June 18, 2026 କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ by Proprietor Abhimanyu Maharana June 18, 2026 ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ by Proprietor Abhimanyu Maharana June 18, 2026