Home ଓଡ଼ିଶା ଗଜପତି ଜିଲ୍ଳାର ଗୋଷାଣି ଛାତ୍ରୀ ନିବାସ ଦାୟିତ୍ବରେ ଥିବା ଅଧିକାରୀ ଙ୍କ ଦାୟିତ୍ଵ ହୀନତା କୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସଦରମହକୁମା ଠାରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗୋଷାଣିର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ବ୍ୟାପକ ଅନିୟମିତତା ମଧ୍ୟରୋ ଚାଲୁ ରହିଥିବାର ଜଣାପଡିଛି । ଏଠାରେ ରହୁଥିବା ଜଣେ ଅନ୍ତେବାସୀଙ୍କୁ ପଞ୍ଜିକୃତ ହୋଇଥିବା ଅଭିଭାବକଙ୍କ ଜିମାରେ ନ ଛାଡି ଅନ୍ୟ ଜଣେ ଯୁବକଙ୍କ ସାଥିରେ ମଙ୍ଗଳବାର ଦିନ ଛାଡିଦେଇଥିବାର ୩ ଦିନ ପରେ ଅଭିଭାବକ ଜାଣିବା ପରେ ଶୁକ୍ରବାର ଦିନ ବିଦ୍ୟାଳୟକୁ ଆସି ଆମ ଝିଅ କୁ ଆମକୁ ନ ପଚାରି ଅନ୍ୟ କାହା ସହିତ କାହିଁକି ଛାଡିଲେ ବୋଲି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିଥିଲେ ଏବଂ ପୁଣି ସେହି ଯୁବକ ଚାରିଦିନ ପରେ ଛାତ୍ରୀନିବାସରେ ଛାଡିଥିବାର ଘଟଣା ସାମନାକୁ ଆସିଛି । ଯାହାକୁ ନେଇ ଛାତ୍ରୀ ଜଣକଙ୍କ ପରିବାର ଲୋକେ ଗତକାଲି ସମ୍ପୃକ୍ତ ଛାତ୍ରୀଙ୍କୁ ଗ୍ରାମଦାଣ୍ଡରେ ପିଟି ପିଟି ନେଇଥିବାର କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି । ଏହି ଖବର ପାଇ ସିଆରସି ରଶ୍ମିତା ସାମଲ, ବ୍ଲକ ମଙ୍ଗଳ ଅଧିକାରୀ ସ୍ବାଧୀନ କୁମାର ପରିଡା, ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ପ୍ରମୁଖ ଛାତ୍ରୀ ନିବାସ ସମ୍ମୁଖରେ ଘଟଣାକୁ ନେଇ ଆଲୋଚନା କରିଥିବାର ଦେଖିବାକୁ ମିଳିଥିଲା । ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଲିନାରାଣୀ ରଘୁପାତ୍ରୁଣୀ କିପରି ଜଣେ ଅରୁଣ ପାଟଭୂୟାଁ (୨୪)ଙ୍କ ଜିମାରେ ଛାଡିଦେଇଥିଲେ ଏବଂ ସେ ପୁଣି ଛାତ୍ରୀ ଜଣଙ୍କୁ ଚାରିଦିନ ପରେ ଛାତ୍ରୀନିବାସରେ ଛାଡିବା ଘଟଣାକୁ ନେଇ ନାନାଦି ଆଲୋଚନାର ବିଷୟ ପାଲଟିଅଛି । ସରକାରୀ ନିୟମ ମୁତାବକ ହୋଷ୍ଟେଲ୍ ରେ ରହୁଥିବା ଅନ୍ତେବାସୀଙ୍କ ପଞ୍ଜିକୃତ ବେଳେ ଯେଉଁ ଅଭିଭାବକ ବା ଗାର୍ଡିୟାନ୍ ଦସ୍ତଖତ କରିଥିବେ ବା ତାଙ୍କ ନାମ ଉଲ୍ଲେଖ ରହିଥିବ ସେ ହିଁ ନିଜେ ଆସି ଆଧାର କାର୍ଡ ପ୍ରମାଣ ସ୍ବରୂପ ଦାଖଲ କରି ନିଜ ନିଜ ସମ୍ପର୍କୀୟ ବା ଝିଅ ତଥା ଛାତ୍ରୀଙ୍କୁ ନେଇପାରିବେ ବୋଲି ନିୟମ ରହିଛି । ହେଲେ ଏଠାରେ ଜଣେ ଯୁବକ ଆସି ଭାଇ ବୋଲି ପରିଚୟ ଦେଇ ଛାତ୍ରୀଙ୍କୁ ନେବା ପୁଣି ଚାରିଦିନ ପରେ ଛାତ୍ରୀନିବାସର ଜିମାରେ ଦେବା ଘଟଣା ସମସ୍ତ ସରକାରୀ ନିୟମାବଳୀକୁ ଖୋଲାଖୋଲି ଭାବେ ଉଲଂଘନ କରୁଛି ବୋଲି ଜଣାଯାଇଛି । ଅପରପକ୍ଷରେ ଉକ୍ତ ଯୁବକ ଜଣକଙ୍କ ଠାରୁ ପ୍ରଧାନଶିକ୍ଷୟତ୍ରୀ ମୋବାଇଲ୍ ଫୋନ୍ ଓ ଗୋଟିଏ ବ୍ୟାଗ୍ ଜବତ କରି ନେଇଥିବା କଥା ମଧ୍ୟ ଜଣାପଡିଛି । ଏନେଇ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସ୍ବାଧୀନ କୁମାର ପରିଡା କହିଛନ୍ତି ଯେ, ସମସ୍ତ ଘଟଣାକୁ ନେଇ ଅବଗତ ହୋଇଛି । ସମସ୍ତ ଘଟଣାକୁ ନେଇ ଅନୁସନ୍ଧାନ କରାଯିବ ଏବଂ ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଡ଼.ମାୟାଧର ସାହୁଙ୍କୁ ପଚାରିବାରେ କହିଛନ୍ତି ଯେ, ମୁଁ ଏ ସମ୍ପର୍କରେ କିଛି ଜାଣିନି, ସମସ୍ତ ଘଟଣା ଜାଣିବାପରେ ପ୍ରତିକ୍ରିୟା ଦେବି ବୋଲି କହିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ବିରାଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ରାମଧୁନ୍ରେ ମୁଖରିତ ହେଲା ଗାଁ, ଦେଶସେବାର ଶପଥ ନେଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026 ପାରଳାଖେମୁଣ୍ଡି ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ by Proprietor Abhimanyu Maharana October 2, 2026 ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ଗୁରବୀର ସିଂ ଙ୍କ ଅବସର ଗ୍ରହଣ by Proprietor Abhimanyu Maharana October 2, 2026