୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ବହୁ ପୁରାତନ ପାରଳାଖେମୁଣ୍ଡି ମୁନିସିପାଲିଟିରେ ପାନୀୟ ଜଳର ଅଭାବ ଦୂରୀକରଣ ପାଇଁ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ବିଧାନସଭାରେ ଦୃଷ୍ଟି ଆକାଶଣ କରି ତୁରନ୍ତ ସମାଧାନ ପାଇଁ ଦାବି ଜଣାଇଛନ୍ତି. ଏନେଇ ନଗର ଉନ୍ନୟନ ମନ୍ତ୍ରୀ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ନିର୍ଭର ଯୋଗ୍ୟ ପ୍ରତିଶୃତି ଦେଇଥିବା ମଧ୍ୟ ସୂଚନା ମିଳିଛି. ଅତି ପୁରାତନ ପାରଳା ସହରର ଇଫ୍ଲାଇନ୍ କୁହାଯାଉଥିବା ମହେନ୍ଦ୍ରତନୟା ନଦୀର ଜଳସ୍ତର ଖରାଦିନେ ହ୍ରାସ ପାଇବା ଫଳରେ ସହରକୁ ଜଳଯୋଗାଣ ପ୍ରଭାବିତ ହେଉଛି. ଏ ନେଇ ବିଧାନସଭାରେ ସରକାର ପଦକ୍ଷେପ ସଂପର୍କରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ପ୍ରଶ୍ନ କରିଥିଲେ l
