କନ୍ଧମାଳ ଜିଲ୍ଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଫୁଲବାଣୀ କରୋନେସନ ପଡିଆ ଠାରେ ଫୁଲବାଣୀ ବ୍ଲକ ପକ୍ଷରୁ ଏକ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆମ୍ରୀତ ଋତୁରାଜ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ,ଫୁଲବାଣୀ ବ୍ଲକ ଅଧକ୍ଷା ସସ୍ମିତା ପ୍ରଧାନ,

ବିଧାୟକ ପ୍ରତିନିଧି ରମେଶ ମହାନ୍ତି,ସାଂସଦ ପ୍ରତିନିଧି ଆଦିତ୍ୟ କଂହର ଓ ଫୁଲବାଣୀ ବିଡ଼ିଓ ପ୍ରତୀକ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ କହିଥିଲେ ଏହି ସୁଭଦ୍ରା ଯୋଜନାରେ ଯେଉ ମହିଳା କିଛି ବ୍ୟବସାୟ କରୁଛନ୍ତି ସେହି ମହିଳା ମାନେ ଏହି ଟଙ୍କା ସେମାନେ ଏହି ବ୍ୟବସାୟ ରେ ଲଗାଇ ପାରିବେ ।

ଅନ୍ୟ ମାନେ ଏହି ଟଙ୍କା କୁ ନିଜର ଆବଶ୍ୟକ ଅନୁସାରେ କାର୍ଯ୍ୟରେ ଲଗାଇ ପାରିବେ। ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତିରେ 40 ହଜାର ଟଙ୍କା ମଧ୍ୟ ଦିଆଯାଇଛି। ଏହି ଅବତାରରେ ଗୁହ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସେହିପରି ସୁଭଦ୍ରା ଯୋଜନାରେ ଦେଢ଼ ଲକ୍ଷ୍ୟ ହିତାଧିକାରୀ ସାମିଲ ହୋଇଥିବାବେଳେ ଆଉ ଦେଢ଼ ଲକ୍ଷ୍ୟ ହିତାଧିକାରୀ ସାମିଲ ହେବେ ବୋଲି ଜିଲ୍ଲାପାଳ ଶ୍ରୀ ଶ୍ରୀ ଋତୁରାଜ କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ବିପିଏମ ସୁଶାନ୍ତ କୁମାର ଲେଙ୍କା, ବିପିସି ମିଶନ ଶକ୍ତି ଦିପ୍ତିରାଣି ପଟ୍ଟନାୟକ ପରିଚାଳନା କରିଥିଲେ।

Exit mobile version