୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଅନେକ ପ୍ରତୀକ୍ଷା ର ଅନ୍ତ ଘଟିଲା ସୁଭଦ୍ରା ଯୋଜନା ରେ ମହିଳା ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଥମ କିସ୍ତି ବାବଦରେ 5 ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପ୍ରଦାନ କରାଗଲା l 61 ହଜାର ରୁ ଉର୍ଦ୍ଧ ମହିଳା ବିଗତ 15 ତାରିଖ ସୁଦ୍ଧା ସୁଭଦ୍ରା ଯୋଜନା ରେ ନିଜର ନାମ ପଞ୍ଜିକୃତ କରିସାରିଲେଣି l ସେମାନଙ୍କୁ ମଧ୍ୟରୁ ପ୍ରାୟ 60 ଭାଗ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟ କୁ ପ୍ରଥମ କିସ୍ତି ଟଙ୍କା ପଠାଯାଇଛି ବୋଲି ଅନେକ ସାମାଜିକ ଗଣମାଧ୍ୟମ ରୁ ପ୍ରକାଶ l

