ପ୍ରଥମଖଣ୍ଡି ଗ୍ରାମପଞ୍ଚାୟତ ରେ ଏମ. ଜି.ନ.ରେ.ଗା ଯୋଜନା ମାଧ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର ) ବରୀ :- ଆଜି ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବରୀ ନିର୍ବାଚନ ମଣ୍ଡଳୀ ର ରସୁଲପୁର ବ୍ଲକ ଅଧିନସ୍ତ ପ୍ରଥମଖଣ୍ଡି ଗ୍ରାମପଞ୍ଚାୟତ ରେ ଏମ. ଜି.ନ.ରେ.ଗା ଯୋଜନା ମାଧ୍ୟମରେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ରାମେଶ୍ୱର ମନ୍ଦିର ପାର୍ଶ୍ୱସ୍ତ ପଡିଆ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ ରେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ,

ରସୁଲପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ପରିଡା,ବରୀ ବିଜୁ ଜନତା ଦଳର ଆବାହକ ଦେବେନ୍ଦ୍ର ଦାସ, ପ୍ରଥମଖଣ୍ଡି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ସନାତନ ବାରିକ,ବିଜୁ ଜନତା ଦଳ ଯାଜପୁର ଜିଲ୍ଲା ଯୁବ ସମ୍ପାଦକ ଶ୍ରୀଯୁକ୍ତ ନରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ-ସ୍ବୟଂ ପ୍ରକାଶ ଦାସ)

Exit mobile version