୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫିରିଙ୍ଗିଆ :-> କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧିନସ୍ଥ ଡିଣ୍ଡିରା ଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ୍ଭେରୀଗୁଡା ଗ୍ରାମରେ ଆଇଟିଡ଼ିଏ ଫୁଲବାଣୀଙ୍କ ପକ୍ଷରୁ ଏକ ଦିନିକିଆ ଗେଣ୍ଡୁ ଫୁଲ ଚାଷର କ୍ଷେତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମଟି ଶାନ୍ତି ମୈତ୍ରୀ ଅନୁଷ୍ଠାନ ଏପିସି ପ୍ରକଳ୍ପ ଅଞ୍ଚଳର ଗ୍ରାମ୍ଭେରୀଗୁଡ଼ାର ମାଁ ପାଟଖଣ୍ଡା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଆୟୋଜିତ ହୋଇଥିଲା ।

