Home ଓଡ଼ିଶା ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ଭବାନୀପାଟଣାର ମା’ ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗି ହୋଇଛି। ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୦ ମିନିଟ ଗତେ ଓ ଅପରାହ୍ନ ୧୨ଟା ୩୬ମିନିଟ ମଧ୍ୟେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିଲା। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର, ମଦନପୁର ରାମପୁର, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଜୟପାଟଣା ସମେତ ଗଡ଼ଜାତ ଅଞ୍ଚଳରେ ଆଜି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ ହୋଇଛି। ଭବାନୀପାଟଣା ରାଜବାଟି ସୂତ୍ରରୁ ପ୍ରକାଶ ଯେ, ଆଜି ସେପ୍ଟେମ୍ବର ୧୩ ତାରିଖ ଶୁକ୍ରବାର ଭାଦ୍ରବ ଶୁକ୍ଳପକ୍ଷ ସକାଳ ୮ଟା ୨୫ ରୁ ସକାଳ ୯ଟା୧୫ମିନିଟ ମଧ୍ୟରେ ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗିବା ପାଇଁ ସ୍ଥିର ହୋଇଥିଲା । କଳାହାଣ୍ଡିର କିଛି ଅଞ୍ଚଳରେ ନୂଆଁଖାଇ ସାରିଥିବା ବେଳେ ଗଡ଼ଜାତ ଅଞ୍ଚଳରେ ଆଜି ନୂଆଁଖାଇ ପର୍ବ ପାଳନ ହୋଇଛି। ଏହି ପର୍ବ କୃଷି ସହ ଜଡ଼ିତ ଥିବାରୁ ଚାଷୀ ମଧ୍ୟ ବେଶ ଉତ୍ସାହିତ। ଚାଷୀଟିଏ ଏହି ଦିନ ନିଜ ଜମିରେ ପୂଜା କରିବା ପରମ୍ପରା ରହିଛି। ପିଲାଠୁ ବୟସ୍କ ସମସ୍ତେ ନୂଆ ପୋଷାକ ପିନ୍ଧିଛନ୍ତି। ଏଥିପାଇଁ ଭବାନୀପାଟଣା ସହରର ବିଭିନ୍ନ କପଡ଼ା ଦେକାନମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ କଳାହାଣ୍ଡି ଜିଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଁଖାଇ ପାଳନ ହେଉଥିବା ବେଳେ ଧର୍ମଗଡ଼ ଉପଖଣ୍ଡ ଆଞ୍ଚଳ ସମେତ ଜିଲ୍ଲାର ପ୍ରାୟ ସ୍ଥାନରେ ପଞ୍ଚମୀ ତିଥିରେ ପର୍ବ ପାଳନ ହୋଇସାରିଛି । ଦଶମୀ ତିଥିରେ ପର୍ଯ୍ୟାୟକ୍ରମେ ଭବାନୀପାଟଣା ସମେତ ଗଡଜାତ ଅଞ୍ଚଳର ଲାଞ୍ଜିଗଡ଼ , ମହୁଲପାଟଣା, କର୍ଲାପାଟ, ମଦନପୁର ରାମପୁର, ଥୁଆମୂଳ ରାମପୁର, ଜୟପାଟଣା ଆଦି ଅଞ୍ଚଳରେ ନୂଆଁଖାଇ ପାଳନ ହୋଇଛି।। ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ଶୁକ୍ରବାର) କଳାହାଣ୍ଡି:ଭବାନୀପାଟଣାର ମା’ ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗି ହୋଇଛି। ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୦ ମିନିଟ ଗତେ ଓ ଅପରାହ୍ନ ୧୨ଟା ୩୬ମିନିଟ ମଧ୍ୟେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିଲା । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର, ମଦନପୁର ରାମପୁର, ଲାଞ୍ଜିଗଡ଼, ଥୁଆମୂଳ ରାମପୁର, ଜୟପାଟଣା ସମେତ ଗଡ଼ଜାତ ଅଞ୍ଚଳରେ ଆଜି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ ହୋଇଛି। ଭବାନୀପାଟଣା ରାଜବାଟି ସୂତ୍ରରୁ ପ୍ରକାଶ ଯେ, ଆଜି ସେପ୍ଟେମ୍ବର ୧୩ ତାରିଖ ଶୁକ୍ରବାର ଭାଦ୍ରବ ଶୁକ୍ଳପକ୍ଷ ସକାଳ ୮ଟା ୨୫ ରୁ ସକାଳ ୯ଟା୧୫ମିନିଟ ମଧ୍ୟରେ ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗିବା ପାଇଁ ସ୍ଥିର ହୋଇଥିଲା। କଳାହାଣ୍ଡିର କିଛି ଅଞ୍ଚଳରେ ନୂଆଁଖାଇ ସାରିଥିବା ବେଳେ ଗଡ଼ଜାତ ଅଞ୍ଚଳରେ ଆଜି ନୂଆଁଖାଇ ପର୍ବ ପାଳନ ହୋଇଛି। ଏହି ପର୍ବ କୃଷି ସହ ଜଡ଼ିତ ଥିବାରୁ ଚାଷୀ ମଧ୍ୟ ବେଶ ଉତ୍ସାହିତ। ଚାଷୀଟିଏ ଏହି ଦିନ ନିଜ ଜମିରେ ପୂଜା କରିବା ପରମ୍ପରା ରହିଛି। ପିଲାଠୁ ବୟସ୍କ ସମସ୍ତେ ନୂଆ ପୋଷାକ ପିନ୍ଧିଛନ୍ତି। ଏଥିପାଇଁ ଭବାନୀପାଟଣା ସହରର ବିଭିନ୍ନ କପଡ଼ା ଦେକାନମାନଙ୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ କଳାହାଣ୍ଡି ଜିଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଁଖାଇ ପାଳନ ହେଉଥିବା ବେଳେ ଧର୍ମଗଡ଼ ଉପଖଣ୍ଡ ଆଞ୍ଚଳ ସମେତ ଜିଲ୍ଲାର ପ୍ରାୟ ସ୍ଥାନରେ ପଞ୍ଚମୀ ତିଥିରେ ପର୍ବ ପାଳନ ହୋଇସାରିଛି । ଦଶମୀ ତିଥିରେ ପର୍ଯ୍ୟାୟକ୍ରମେ ଭବାନୀପାଟଣା ସମେତ ଗଡଜାତ ଅଞ୍ଚଳର ଲାଞ୍ଜିଗଡ଼ , ମହୁଲପାଟଣା, କର୍ଲାପାଟ, ମଦନପୁର ରାମପୁର, ଥୁଆମୂଳ ରାମପୁର, ଜୟପାଟଣା ଆଦି ଅଞ୍ଚଳରେ ନୂଆଁଖାଇ ପାଳନ ହୋଇଛି। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026 ‘ହର ଘର ତ୍ରିରଙ୍ଗା’ ପାଇଁ ଟାଙ୍ଗୀରେ ବିରାଟ ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ମାଲକାନଗିରିରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ : ବିଶାଳ ପଦଯାତ୍ରା ଓ ବିଏସଏଫ ବାଇକ ରାଲିରେ ପ୍ରକମ୍ପିତ ହେଲା ସହର by Proprietor Abhimanyu Maharana August 14, 2026 ସ୍ଵାଭିମାନ ଅଞ୍ଚଳରେ ନିଶାମୁକ୍ତ ଭାରତ ଅଭିଯାନ : ନିଶାମୁକ୍ତ ସମାଜ ଓ ବିକଳ୍ପ ଜୀବିକା ଗଠନ ପାଇଁ ଜିଲ୍ଲାପାଳଙ୍କ ଆହ୍ଵାନ by Proprietor Abhimanyu Maharana August 14, 2026 ଆବାହମାନ କାଳରୁ ଧନୀ ଓ ଗରିବ ଚାଷୀ ଥିଲେ : ଚାଷୀ ଅସନ୍ତୋଷ ସୃଷ୍ଟିର କାରଣ ପାଲଟିଛନ୍ତି by Proprietor Abhimanyu Maharana August 14, 2026