ବାପା,ମା ନାବାଳକଙ୍କୁ ସହାୟ ହେଲେ ଆମ ଆଦମୀ ପାର୍ଟି

୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତ ପୁଆଣିଆ ଗ୍ରାମର ବାପା ମା ଛେଉଣ୍ଡ ଅସହାୟ ନାବାଳକ ବିଶ୍ବରଂଜନ ପ୍ରଧାନଙ୍କ ବିଷୟରେ ଓଡିଶା ତାଜା ନିୟୁଜ ଖବର କାଗଜରୁ ପଢି ସହାୟତାର ହାତ ବଢ଼ାଇଛି ଆମ ଆଦମୀ ପାର୍ଟି ! ବେଗୁନିଆ ବ୍ଲକ ଆପ ସଭାପତି କଳ୍ପତରୁ ପଣ୍ଡା ଓ ବୋଲଗଡ଼ ବ୍ଲକ ଆପ ସଭାପତି କିଶୋର ଚନ୍ଦ୍ର ସାହୁ ଆମ ଆଦମୀ ଦଳ ତରଫରୁ ନାବାଳକ ବିଶ୍ୱରଞ୍ଜନ ପ୍ରଧାନଙ୍କୁ ଭବିଷ୍ୟତରେ ଉଚ୍ଚ ଶିକ୍ଷା ପାଇଁ ସମସ୍ତ ଆର୍ଥିକ ସହାୟତା ତଥା ଅନ୍ୟ ବିଷୟରେ ମଧ୍ୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ବର୍ତ୍ତମାନ ପାଇଁ ଯତ୍ କିଞ୍ଚିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି !

ଭବିଷ୍ୟତରେ ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଧାନ ସଭା କ୍ଷେତ୍ରର ଯେ କୌଣସି ସ୍ଥାନରେ ଏହି ଭଳି ଘଟଣାରେ ଆମ ଆଦମୀ ପାର୍ଟି ସହାୟତା ପ୍ରଦାନ ଜାରି ରଖିବ ବୋଲି ପ୍ରକାଶ କରିଛନ୍ତି ! ବ୍ଲକର ସମସ୍ତ ଶିକ୍ଷାବିତ, ବୁଦ୍ଧିଜୀବୀମାନେ ଓ ,ସମାଜ ସେବୀ ପବିତ୍ର କୁମାର୍ ଚୌଧୁରୀ ଆମ ଆଦମୀ ପାର୍ଟିର ଏହି ଜନକଲ୍ୟାଣ କାର୍ଯ୍ୟକର୍ମକୁ ଉଚ୍ଚ ପ୍ରଶଂସା କରିଅଛନ୍ତି l

 

Exit mobile version