Home ଓଡ଼ିଶା ମହିଳାଙ୍କ ବିକାଶରେ ସୁଭଦ୍ରା ଯୋଜନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବଡ଼ କୁମାରୀ ପଂଚାୟତରେ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ ୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଓଡିଶା ରାଜ୍ୟର ୨୧ବର୍ଷରୁ ଉର୍ଦ୍ଧ ଓ ୬୦ବର୍ଷରୁ କମ ଯୁବତୀ ତଥା ମହିଳାମାନଙ୍କୁ ବିକଶିତ କରିବା ପାଇଁ ପ୍ରଥମ କରି ବିଜେପି ସରକାରଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସୁଭଦ୍ରା ଯୋଜନା ପ୍ରଣୟନ କରିଅଛନ୍ତି ! ଜନକଲ୍ୟାଣ ସୁଭଦ୍ରା ଯୋଜନାକୁ ବହୁଳ ମାତ୍ରାରେ ପ୍ରସାର ଓ ପ୍ରଚାର କରିବା ପାଇଁ ସୋମବାର ଦିନ ବୋଲଗଡ଼ ବ୍ଲକ ବିଡ଼ିଓ ଶରତ କୁମାର ମଲ୍ଲିକ, ବ୍ଲକ ଅଧକ୍ଷା ହୁଲ୍ଲା ସ ପ୍ରଧାନ, ବ୍ଲକ ଉପାଧ୍ୟାକ୍ଷ ରମେଶ ଚନ୍ଦ୍ର ସାହୁ,ଜିଲ୍ଲାପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ, ସମନ୍ୱତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ଅଧିକାରିଣୀ ଗାୟତ୍ରୀ ବେହେରା ଓ ବଦକୁମାରୀ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖଙ୍କ ମିଳିତ ଆବାହକତ୍ୱରେ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଯୋଜନା ସଚେତନତା କାର୍ଯ୍ୟକ୍ରମ ଓ ସଚେତନତା ରଥ ପରିକ୍ରମା ବଡକୁମାରୀ ଠାରେ ପଦଯାତ୍ରା ଓ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏହି ଜନକଲ୍ୟାଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ ଯୋଗଦେଇ ପତାକା ହଲାଇ ଏହାକୁ ଉଦଘାଟନ କରିଥିଲେ ! ସମସ୍ତ ମହିଳା ଓ ଯୁବତୀ ହିତାଧିକାରୀମାନେ ସୁଭଦ୍ରା ଯୋଜନା ଆବେଦନ କରିବା ପାଇଁ ମାଗଣାରେ ସୁଭଦ୍ରା ଯୋଜନା ଆବେଦନ ଫର୍ମ ସମସ୍ତ ଅଙ୍ଗନବାଡି କେନ୍ଦ୍ର, ମିଶନ ଶକ୍ତି ଭବନ, ପଞ୍ଚାୟତସମିତି, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ସମନ୍ୱତ ଶିଶୁ ବିକାଶ କାର୍ଯ୍ୟାଳୟ ଓ ସହଜ ଜନସେବା କେନ୍ଦ୍ର ଗୁଡିକରେ ପାଇପାରିବେ ବୋଲି ଆବାହକ ବିଡ଼ିଓ ଶରତ କୁମାର ମଲ୍ଲିକ ପରାମର୍ଶ ଦେଇଥିଲେ ! ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ସହଜ ଜନସେବା କେନ୍ଦ୍ର କିମ୍ବା ବ୍ୟକ୍ତି ବିଶେଷ ଟଙ୍କା ଲାଞ୍ଚ ମାଗିଲେ ତାଙ୍କ ବିରୋଧରେ ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ବ୍ଲକ ଅଧକ୍ଷା ହୁଲ୍ଲାସ ପ୍ରଧାନ କହିଥିଲେ ! ଏହି ସୁଭଦ୍ରା ଯୋଜନା ପଦଯାତ୍ରାରେ ବଦକୁମାରୀ ଗ୍ରାମପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ବ୍ୟାଙ୍କ ମିତ୍ର ଓ ଏମବିକେ ସଦସ୍ୟାମାନେ ଯୋଗଦେଇଥିଲେ ! ପରିଶେଷରେ ବଦକୁମାରୀ ପଞ୍ଚାୟତର ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026