୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶାର କନ୍ଧମାଳ ଜିଲ୍ଲା ଶାଖା ତରଫରୁ ଅତିବଡ଼ି ଜଗନ୍ନାଥ ଦାସ ଜୟନ୍ତୀ ଓ ବାର୍ଷିକ ଉତ୍ସବ ସ୍ଥାନୀୟ ମୋହନଦାସ କରମଚନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀ ପରିସରରେ ଏମ କେ ଏସ ପି ର ସହଯୋଗରେ ଅନୁଷ୍ଠିତ ହୋଇ ଯାଇଛି | ଉଦଘାଟକ ଭାବେ କନ୍ଧମାଳର ମାନ୍ୟବର ସାଂସଦ ସମ୍ମାନନୀୟ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ସମାଜର ଉନ୍ନତ୍ତି ପାଇଁ ସାହିତ୍ୟ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲା ବେଳେଫୁଲବାଣୀର ମାନ୍ୟବର ବିଧାୟକ ସମ୍ମାନନୀୟ ଶ୍ରୀଯୁକ୍ତ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଗବତ ଆଧ୍ୟାତ୍ମିକ ଭାବକୁ ଯୋଡିଥାଏ ଏବଂ ଗାଁ ଗହଳିରେ ଏହାର ବାତାବରଣ ସୃଷ୍ଟି କରିବା ଉପରେ ଧ୍ୟାନ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ | ବୌଦ୍ଧର ଆଦର୍ଶ ସ୍ନାତକ ମହା ବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡ଼ କଳ୍ପତରୁ ନାୟକ ଯୋଗଦେଇ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୀବନୀ ଓ ଜନମାନସରେ ଭାଗବତ ର ବିଭିନ୍ନ ଦୃଷ୍ଟିକୋଣ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ |

