Home ଓଡ଼ିଶା ପୂଜା ମଣ୍ଡପରେ ପୂଜିତ ହେଲେ ବିଶ୍ୱକର୍ମା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ବିଦ୍ୟୁତ ବିଭାଗ ନର୍ଲା ପକ୍ଷରୁ ନର୍ଲା ଗ୍ରୀଡ ସବଷ୍ଟେସନ ଠାରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ନର୍ଲା ଏସଡିଓ କମଳେଶ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପୂଜା କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ଆକାଶ ମିଶ୍ର ପୂଜା କର୍ତ୍ତା ରୂପେ ଦାୟିତ୍ବ ନିର୍ବାହ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ,ଦିବ୍ୟ ପଣ୍ଡା,ରଘୁମଣି ପାଣ୍ଡେ,ମନୋଜ କଟା, ଅର୍ଜୁନ କୁମାର ଗୁପ୍ତା,ନୀରାକାର ସେଠୀ, ରାମଚନ୍ଦ୍ର ବାଗ ସହ ଟାଟା ପାୱାରର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ। ଛତିକୁଡା ବିଦ୍ୟୁତ ବିଭାଗରେ କର୍ତ୍ତା ରୂପେ ତନୁ ବାଗ ଓ ତାଙ୍କ ଧର୍ମପତ୍ନୀ ରେବତୀ ବାଗ ଦାୟିତ୍ୱ ତୁଲାଇଥିଲେ। କନିଷ୍ଠ ଯନ୍ତ୍ରୀ ଦିବ୍ୟ ପ୍ରକାଶ ପଣ୍ଡା, ଗୋପାଳ କୃଷ୍ଣ ନାଏକ, କହ୍ନେୟା ଶର୍ମା, ଚନ୍ଦ୍ର ମାହାର,ତିଲକ କୁମାର ସାହୁ,ଜଗଦିଶ ରଣା,ଓମ୍ ପ୍ରକାଶ ପୂଝାରୀ, କୈଳାସ ଚନ୍ଦ୍ର ରଣା ସହ ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ବିଶ୍ଵକର୍ମାଙ୍କ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସେହିପରି ରୁପ୍ରାରୋଡ, ବାଳିପଡା, ରୁପ୍ରା,ତୁଳାପଡା, ସେରଗଡ ଆଦି ସ୍ଥାନ ମାନଙ୍କରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, କ୍ଷୁଦ୍ର ଶିଳ୍ପ ଅନୁଷ୍ଠାନ,ଗ୍ୟାରେଜ ଗୁଡିକରେ ବେଶ ସୁରୁଖୁରୁରେ ବିଶ୍ୱକର୍ମା ପୂଜା ଉତ୍ସବ ପାଳନ କରାଯାଇ ଥିଲା। Categories: ଓଡ଼ିଶା, କଳାହାଣ୍ଡି, ମନୋରଞ୍ଜନ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026