ବିଶ୍ଵକର୍ମା ପୂଜା ପାଳନ କଲେ ବିଦ୍ୟୁତ କର୍ମଚାରୀ

୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ ଜିଲ୍ଲା :-> ରାଜସୁନାଖଳା ବିଦ୍ୟୁତ ସବ ଷ୍ଟେସନ ରେ ଟାଟା ପାୱାର କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗେଇ ଦିବା ରାତ୍ର ଅଂଚଳ ବାସୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଆସୁଥିବା ବେଳେ, ଆଜି ସେମାନଙ୍କ କର୍ମ ଦେବତା ଶ୍ରୀ ଶ୍ରୀ ବିଶ୍ୱକର୍ମାଙ୍କ ପୂଜା ପ୍ରତି ବର୍ଷ ଭଳି ଏ ବର୍ଷ ସହକାରୀ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁଙ୍କ ତତ୍ୱାବଧାନରେ ପାଳିତ ହୋଇ ଯାଇଛି !

ଉକ୍ତ ପୂଜାରେ କର୍ତ୍ତା ଭାବେ ଅନ୍ତର୍ଯ୍ୟାମୀ ଫତେସିଂ ଯୋଗ ଦେଇ ଥିବା ବେଳେ, ବାଣିଜ୍ୟ ଯନ୍ତ୍ରୀ ସରୋଜ କୁମାର ଦାଶ, ସୁପରଭାଇଜର ଶ୍ରୀକାନ୍ତ କୁମାର ନାୟକ ଓ଼ ସମସ୍ଥ କର୍ମକର୍ତା ଙ୍କ ସହଯୋଗରେ ପୂଜା କାର୍ଯ୍ୟ ଅତି ସୁରୁଖୁରୁରେ ସମାପନ ହୋଇ ଯାଇଛି ! ସମସ୍ଥ କର୍ମୀ ମାନେ ପ୍ରଭୁ ବିଶ୍ୱକର୍ମାଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରି ଖୁସି ଅନୁଭବ କରିଥିବା ପ୍ରକାଶ କରିଛନ୍ତି !

Exit mobile version