୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ଧୂମଧାମରେ ପାଳିତ ହେଉଛି। ଶ୍ରୀ ଉମାମହେଶ୍ବର ଅଟୋ ଅସୋସିଏସନ ତରଫରୁ ବାଲୁଗାଁ ଗାନ୍ଧୀ ଛକ ଠାରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହେଉଛି । ଉତ୍ସବକୁ ଆସୋସିଏସନର କର୍ମକର୍ତ୍ତା ମାନେ ପରିଚାଳନା କରୁଛନ୍ତି । ତିନି ଦିନ ଧରି ପ୍ରତ୍ୟେକ ସନ୍ଧ୍ୟାରେ ବାଦିପାଲା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି ।

