ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ବିଶ୍ଵକର୍ମା ପୂଜା ଅନୁଷ୍ଟିତ

୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :->  ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି,ଗୋପ ବ୍ଲକ ପକ୍ଷରୁ ପ୍ରଭୁ ବିଶ୍ଵ ବିନ୍ଧାଣୀ ଶ୍ରୀ ବିଶ୍ଵକର୍ମାଦେବଙ୍କ ପୂଜା ଅର୍ଚ୍ଚନା କୋଣାର୍କ ଥାନାଛକ ସ୍ଥିତ ସମିତି କାର୍ଯ୍ୟାଳୟ ପରିସରରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ କୂଳ ଭାଇମାନଙ୍କର ଏକ ବୈଠକ ଅନୁଷ୍ଟିତ ହୋଇଥିଲା । ଗୋପ ବ୍ଲକ ସମେତ କାକଟପୁର ବ୍ଲକର ଥିବା ବିଭିନ୍ନ ପଞ୍ଚାୟତରୁ ବିଶ୍ୱକର୍ମା କୂଳର ସମସ୍ତ ଭାଇମାନେ ଯୋଗଦେଇଥିଲେ । ପ୍ରଥମେ କୂଳ ଦେବତା ଶ୍ରୀ ବିଶ୍ଵକର୍ମାଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ ସମାପନ କରାଯିବା ପରେ କୂଳ ଭାଇମାନଙ୍କର ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।

ସମିତି ଗୋପ ବ୍ଲକର ସଭାପତି ମଙ୍ଗରାଜ ମହାରଣାଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକରେ କୂଳ ଭାଇ ମାନଙ୍କ ସମସ୍ୟା, ଏକତ୍ରି କରଣ ଓ ଭାଇଚାରା ସମ୍ପର୍କ ବୃଦ୍ଧି ପାଇଁ ମତପ୍ରକାଶ ପାଇଥିଲା । ବିଶ୍ୱକର୍ମା କୂଳରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ସହ କୋଣାର୍କରେ ଏକ ଭବ୍ୟ ବିଶ୍ଵକର୍ମା ମନ୍ଦିର ନିର୍ମାଣ ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣରେ ଧର୍ମପଦ ର ତ୍ୟାଗକୁ ଉଜ୍ଜବିତ ରଖିବା ପାଇଁ ଏକ ଧର୍ମପଦ ଷ୍ଟାଚ୍ୟୁ ସ୍ଥାପନା ପାଇଁ ସମିତି ପକ୍ଷରୁ ସରକାରଙ୍କ ପାଖରେ ଦାବୀ ଉଥାପନ୍ କରାଯିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ସେହିପରି ମାଧିପୁର ମୌଜାରେ ଥିବା ସମିତି ନାମରେ ଏକ ଏକରରୁ ଉର୍ଦ୍ଧ ଜାଗାକୁ ସରକାର ସମିତିକୁ ଫେରାଇ ଦେବାକୁ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ ଦେବରାଜ ଓଝାଙ୍କ ସମେତ ବିଶ୍ୱକର୍ମା କୂଳର ବରିଷ୍ଟ ବ୍ୟକ୍ତି ମାନେ ଯୋଗଦେଇଥିଲେ । ଅନ୍ୟ ମାନଙ୍କମଧ୍ୟରେ ସଦାଶିବ ଓଝା, ରମାକାନ୍ତ ମହାରଣା, ଅମେରେଶ୍ୱର ଓଝା, ଭୃଙ୍ଗରାଜ ମହାରଣା, କୃଷଚନ୍ଦ୍ର ମହାରଣା, ରଶ୍ମିରଞ୍ଜନ ମହାରଣା, ନକୁଳ ଓଝା, ସର୍ବେଶ୍ଵର ମହାରଣା,ବିଚିତ୍ର ଓଝା, ରାମଚନ୍ଦ୍ର ମହାରଣା, ନଟବର ମହାରଣା, ପ୍ରଶାନ୍ତ ମହାରଣା ପ୍ରମୁଖ ପରିଚାଳନା କରିଥିବା ବେଳେ ପ୍ରକାଶ ଓଝା ପୂଜାରେ କର୍ତ୍ତାରୂପେ କାର୍ଯ୍ୟ ସମ୍ପାଦିତ କରିଥିଲେ ।

Exit mobile version