ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର, ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେତନଟୀ  :-> ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟୋଳିପୁରା ପଞ୍ଚାୟତର ନାଖରା ପୋଲ ଉପରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଓ ବନ୍ୟାସ୍ଥିତ ଜିଲ୍ଲାପାଳ ହେମକାନ୍ତ ସଏ ଅନୁଧ୍ୟାନ କରି ଫେରିଯାଇଛନ୍ତି। ସୂଚନାଯୋଗ୍ୟ ଯେ ଆଜି ଅପରାହ୍ନରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ବୈଶିଙ୍ଗା ବଡ଼ସାହି ମୂଖ୍ୟ ରାସ୍ତରେ ଥିବା ନାଖରା ସେତୁ ଉପରେ ବୁଢ଼ାବଳଙ୍ଗ ନଦୀର ଜଳ ପ୍ରବାହିତ ହେଉଥିବା କାରଣରୁ ତଳିଆ ଅଞ୍ଚଳରେ ବନ୍ୟାଜଳ ରାତି ସୁଦ୍ଧା ପ୍ରବେଶ କରିବା ଆଶଙ୍କା ଦେଖାଦେଇଛି ।

ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଉପଜିଲ୍ଲାପାଳ ଈଶ୍ଵର ଚନ୍ଦ୍ର ନାୟକ , ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପୀନାଥ ଖାକା, ବେତନଟୀ ତହସିଲଦାର ସୁରଥ ଚନ୍ଦ୍ର ରାଉତ, ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନଜା ଦାସ, ବଡ଼ସାହି ତହସିଲଦାର ପତିତପାବନ ଦେବତା ଉପସ୍ଥିତ ଥିଲେ। ଓଡ୍ରାଫ ଟିମ ମଧ୍ୟ ବନ୍ୟାସ୍ଥଳୀରେ ଉପସ୍ଥିତ ଅଛନ୍ତି ।

ପାଟୋଳିପୁରା ପଞ୍ଚାୟତର ସରପଞ୍ଚ ମମତା ନାଏକ ଙ୍କୁ ଜନସାଧାରଣଙ୍କ ସହିତ ଆଲୋଚନା କରି ଆବଶ୍ୟକ ବେଳେ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖିବା ପାଇଁଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବନ୍ୟାକୁ ଆଶଙ୍କା କରି ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ । ସର୍ପାଘାତ ଓ ଅନ୍ୟାନ୍ୟ ଔଷଧ ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ କୃଷି ବିଭାଗକୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଥିଲେ ।

ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଶିଙ୍ଗା ଆଇ.ଆଇ.ସି ତପନ କୁମାର ପ୍ରଧାନ ମଧ୍ୟ ସଦଳବଳେ ନାଖରା ସେତୁ ନିକଟରେ ଉପସ୍ଥିତ ଥିଲେ । ତେବେ ଆଜି ରାତିସୁଦ୍ଧା ଯଦି ବର୍ଷାର ପ୍ରକୋପ ହ୍ରାସ ପାଏ ତେବେ ବନ୍ୟା ଆଶଂକାକୁ ଏଡ଼ାଇ ଦିଆଯାଇ ପାରେ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ସାମାଜିକ କର୍ମୀ ସନ୍ତୋଷ କୁମାର ଖଣ୍ଡା ଓ ସରପଞ୍ଚ ମମତା ନାଏକ ।

Exit mobile version