୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ହୋଇଥାଏ । ଏଭଳି ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ୩ ଆଦିବାସୀ ଛାତ୍ରଛାତ୍ରୀ ଚଳିତ ବର୍ଷ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢ଼ାରେ ନାମ ଲେଖାଇଛନ୍ତି l ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ୩ଜଣ ସବେରାଙ୍ଗା ଗ୍ରାମର କଳାକାର ପ୍ରଧାନ ଭୁବନେଶ୍ଵର ବିଜେବି କଲେଜରୁ ଯୁକ୍ତଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ରେ ସେ ଘର ଘରକୁ ଆସି ବାପା-ମା ଙ୍କୁ ଚାଷ କାମରେ ସାହାଯ୍ୟ କରି ଚଳିତ ବର୍ଷ ସେ ନିଟ୍ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇ କଟକ ଏସସିବି ମେଡିକାଲ କଲେଜରେ ନାମ ଲେଖାଇଛନ୍ତି ।
