୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସ୍ଥିତ କଲ୍ୟାଣ ମଣ୍ଡପରେ ‘ମେଘ ଉତ୍ସବ-୨୦୨୪’ ଅନୁଷ୍ଠିତ ହୋଇଛି। ବନାନୀ ସାରସ୍ବତ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସଭାପତି ପତିତପାବନ ଅଧ୍ଯକ୍ଷତା କରିଥିଲେ। ସମ୍ପାଦକ ବିଦେଶୀ ନାୟକ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଭାବେ ପ୍ରଶାସନିକ ଅଧିକାରୀ ପୃଥୀରାଜ ମଣ୍ଡଳ ଯୋଗଦେଇଥିଲେ l ଅନ୍ୟତମ ଅତିଥି ରୂପେ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଗାଳ୍ପିକ ଡ. ରାଜେନ୍ଦ୍ର ବେହେରା, ଅଧ୍ୟାପିକା ଡ. ମମତା ପ୍ରିୟଦର୍ଶିନୀ, ପ୍ରାଧ୍ୟାପିକା ଡ. ନଳିନୀ ପାଣିଗ୍ରାହୀ, ନାଟ୍ୟକାର ତଥା କବି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଉପସ୍ଥିତ ଥିଲେ। ଦାରିଙ୍ଗବାଡି ର ପରିବେଶ ସର୍ବଦା କବି ଲେଖକଙ୍କୁ ଆନମନା କରିଥାଏ। ପର୍ଯ୍ୟଟକଙ୍କୁ ନିଜ ଆକର୍ଷଣରେ ବାନ୍ଧି ରଖେ ଦାରିଙ୍ଗବାଡି। ଦାରିଙ୍ଗବାଡିର ମେଘୁଆ ପରିବେଶରେ ମେଘ ଉତ୍ସବ ଅନନ୍ୟ ବୋଲି ଅତିଥିମାନେ ଦାରିଙ୍ଗବାଡିର ପ୍ରକୃତିକୁ ପ୍ରଶଂସା କରି କହିଥିଲେ।
