Home ଓଡ଼ିଶା ‘ସୁଭଦ୍ରା’ ରେ ସ୍ୱୟଂ ସମ୍ପୂର୍ଣ୍ଣା ହେବେ ମହିଳା : ପ୍ରଭାତୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 1. ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଲେଣି ୬୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳା 2. ୧୭ ତାରିଖରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା 3. ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମ ଦିନରେ କରିବେ ‘ସୁଭଦ୍ରା’ ଯୋଜନା ଶୁଭାରମ୍ଭ 4. ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଯୋଜନାର ପ୍ରଥମ କିସ୍ତି 5. ରାଜସ୍ୱ ଗାଁମାନଙ୍କରେ ଆୟୋଜିତ ହେଉଛି ୧୦ ହଜାର ‘ସୁଭଦ୍ରା ପଦଯାତ୍ରା’ ୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟରେ ‘ସୁଭଦ୍ରା’ ଯୋଜନାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍ସାହ ବଢୁଛି । ଏବେ ସୁଦ୍ଧା ‘ସୁଭଦ୍ରା’ ଯୋଜନା ପାଇଁ ୬୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳା ଆବେଦନ କରିସାରିଲେଣି ବୋଲି ‘ସୁଭଦ୍ରା’ ସଚେତନତା ପଦଯାତ୍ରାରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ‘ସୁଭଦ୍ରା’ ଯୋଜନାରେ ରେଜିଷ୍ଟ୍ରେସନ ପାଇଁ ବଢୁଥିବା ଗହଳିକୁ ଦେଖି ସ୍ପଷ୍ଟ ଅନୁମେୟ ହେଉଛି ଯେ ଓଡ଼ିଶାରେ ମହିଳାମାନେ ‘ସୁଭଦ୍ରା’ କୁ ଆପଣେଇଛନ୍ତି ଏବଂ ଏହାକୁ ଏକ ସଫଳ ଯୋଜନା କରିବା ପାଇଁ ରାଜ୍ୟ ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଆଜି ସାରା ରାଜ୍ୟରେ ଚାଲିଛି ‘ସୁଭଦ୍ରା’ ସଚେତନତା ପଦଯାତ୍ରା । ରାଜଧାନୀ ଭୁବନେଶ୍ୱରର ୟୁନିଟ-୩ ଗିରିଦୁର୍ଗା ମନ୍ଦିର ନିକଟରୁ ରମାଦେବୀ ବିଶ୍ୱବିଦ୍ୟାଳୟ ଛକ ପର୍ଯ୍ୟନ୍ତ ‘ସୁଭଦ୍ରା ସଚେତନତା ପଦଯାତ୍ରା’ କରାଯାଇଛି । ଏହି ପଦଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି ସିଂ ଦେଓ, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଏବଂ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସାମିଲ୍ ହୋଇଥିଲେ । ୧୦୦ ଦିନ ଭିତରେ ଏଭଳି ଫ୍ଲାଗସିପ୍ ପ୍ରୋଗ୍ରାମ ମହିଳାଙ୍କ ପାଇଁ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ‘ସୁଭଦ୍ରା ସଚେତନତା ପଦଯାତ୍ରା’ ଆରମ୍ଭ ପୂର୍ବରୁ ମଞ୍ଚରେ ଉଦବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ବିକଶିତ ହେବ ଏବଂ ମା’ ମାନଙ୍କ ନେତୃତ୍ୱରେ ହେବ । ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି । ନିର୍ବାଚନ ପୂର୍ବରୁ ଦେଇଥିବା କଥାକୁ ରକ୍ଷା କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୭ ତାରିଖ, ଜନ୍ମ ଦିନରେ ଓଡିଶା ଆସୁଛନ୍ତି । ଆସନ୍ତା ୧୭ ତାରିଖରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା । ୧୫ ତାରିଖ ଯାଏଁ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ପାଖକୁ ୧୭ ତାରିଖରେ ବ୍ୟାଙ୍କରୁ ପ୍ରଥମ କିସ୍ତି ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ମହିଳାଙ୍କର ଆର୍ଥିକ ଉନ୍ନତି ପାଇଁ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସିଧାସଳଖ ‘ସୁଭଦ୍ରା’ ଯୋଜନାର ଅର୍ଥ ରାଶି ସିଧାସଳଖ ଆକାଉଣ୍ଟକୁ ପଠାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଓଡ଼ିଶାର ରାଜସ୍ୱ ଗାଁମାନଙ୍କରେ ଆୟୋଜିତ ହେଉଛି ୧୦ ହଜାର ‘ସୁଭଦ୍ରା ପଦଯାତ୍ରା’। ଏବେ ସୁଦ୍ଧା ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିସାରିଲେଣି ୬୦ ଲକ୍ଷରୁ ଊଦ୍ଧ୍ୱର୍ ମହିଳା, ଆଗକୁ ସଂଖ୍ୟା ଆହୁରି ବଢିବ ଏବଂ ସେପେଫମ୍ବର ୧୭ ସୁଦ୍ଧା ୧ କୋଟି ମହିଳା ପଞ୍ଜିକୃତ ହେବାର ଲକ୍ଷ୍ୟ ଅଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଗାଁମାନଙ୍କରେ ୭୪୦୦୦ ଜାଗାରେ ଅଙ୍ଗନବାଡି ଭଉଣୀମାନେ ‘ସୁଭଦ୍ରା’ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଅଭିଯାନ ସୁରୁଖୁରରେ ଚଳାଉଛନ୍ତି ଏବଂ ମିଶନ ଶକ୍ତି ମହିଳା, ପଞ୍ଚାୟତ ସ୍ତରୀୟ, ବ୍ଲକ୍ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଫେଡେରେସନର ସମସ୍ତ ମା’ଭଉଣୀମାନେ ‘ସୁଭଦ୍ରା’ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାର ଯେଉଁ ଉଦ୍ୟମ କରୁଛନ୍ତି ତାହା ପ୍ରଶଂସନୀୟ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ପରେ ‘ସୁଭଦ୍ରା ସଚେତନତା ପଦଯାତ୍ରା’ ରମାଦେବୀ ବିଶ୍ୱବିଦ୍ୟାଳୟ ନିକଟରେ ପହଂଚିବା ପରେ ସ୍ୱାଧୀନତା ସଂଗ୍ରାମୀ, ରାଜ୍ୟରେ ନାରୀ ସଶକ୍ତୀକରଣର ବାର୍ତ୍ତାବହ, ସେବା ଓ କରୁଣାର ପ୍ରତୀକ ମାଆ ରମାଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଉପମୁଖ୍ୟମନ୍ତ୍ରୀ । ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି, ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ବିଶ୍ୱବିଦ୍ୟାଳୟର କୁଳପତି, ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ସହ ଉପମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଏବଂ ଭିତ୍ତିଭୂମି ଉନ୍ନତିକରଣ ଉପରେ ଗୁରୁତ୍ୱ ଦେବା ଦିଗରେ ଆଲୋଚନା କରିଥିଲେ । ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ମିଶନ ଶକ୍ତି କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ବିଏମସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଲ ରାଣାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content Odisha’s youth will be skilled in green energy and solar technology along with creating employment opportunities-another step in that direction. by Proprietor Abhimanyu Maharana October 7, 2026 Ranpur - SUBHADEV ENTERPRISES (dishtv) by Proprietor Abhimanyu Maharana October 7, 2026 Taneira reimagines ‘Solah Shringaar’ for the modern Indian woman with its new Diwali campaign by Proprietor Abhimanyu Maharana October 7, 2026 VeDakshata : Creating Pathways to Livelihood for Rural Youth by Proprietor Abhimanyu Maharana October 7, 2026 ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି by Proprietor Abhimanyu Maharana October 7, 2026 ସିଲଭର ଗାନ୍ଧୀଙ୍କ ଦ୍ୱାରା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତକରଣ ଦାବୀ - ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana October 7, 2026