ଆଞ୍ଚଳିକ ଖବରକୁ ଗୁରୁତ୍ଵ ଦେଲେ ଖବର କାଗଜର ଚାହିଦା ବଢେ : ଯାଜପୁର ମିରର ର ଦ୍ଵିତୀୟ ବାର୍ଷିକଉତ୍ସବ

୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :->  ବର୍ତମାନ ସମାଜରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବହନ କରୁଥିବା ବେଳେ ସମ୍ବାଦ ପତ୍ର ଆଞ୍ଚଳିକ ଖବରକୁ ଗୁରୁତ୍ଵ ଦେଲେ ଖବର କାଗଜର ଚାହିଦା ବଢେ ବୋଲି ଆଜି ପାକ୍ଷିକ ସମ୍ବାଦପତ୍ର ଯାଜପୁର ମିରରର ଦ୍ୱିତୀୟ ବାର୍ଷିକ ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ଓୟୁଜେର ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ମତବ୍ୟକ୍ତ କରିଥିଲେ।

ଆଜି ପୂର୍ବାହ୍ନରେ ବ୍ୟାସନଗର ସ୍ଥିତ ହୋଟେଲ୍ ରୟାଲ୍ କଳିଙ୍ଗର ସଭାଗୃହରେ ମିରରର ମୁଖ୍ୟ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଡ. ଅଭୟ କୁମାର ପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଦ୍ବିତୀୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାଇର ବିଧାୟକ ଆକାଶ ଦାସନାୟକ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ।

ଯାଜପୁର ମିରର କେବେଳ ଯାଜପୁର ଜିଲ୍ଲା ମଧ୍ୟରେ ସୀମିତ ନ ରହି ଏହାର କାୟା ସମଗ୍ର ରାଜ୍ୟରେ ଦିନେ ନିଶ୍ଚୟ ବିସ୍ତାର କରିବ ବୋଲି ମୁଁ ଆଶା ରଖୁଛି। ଏକ ପାକ୍ଷିକ ନିରପେକ୍ଷ ସମ୍ବାଦପତ୍ର ଭାବେ ଦୁଇ ବର୍ଷ ମଧ୍ୟରେ ଏହି ସମ୍ବାଦପତ୍ର ଟି ଯାଜପୁର ବାସୀଙ୍କ ହୃଦୟକୁ ଛୁଇଁ ସାରିଛି। ଏହାର ସାମ୍ୱାଦିକ ମାନେ ଖୁବ୍ ଉତ୍ସାହର ସହିତ କାର୍ଯ୍ୟ କରିବା ସହିତ ଖବକାଗଜର ମାନ ବୃଦ୍ଧି କରୁଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଓୟୁଜେର ଯାଜପୁର ଜିଲ୍ଲା ସଭାପତି ଆଦିତ୍ୟ ମେକାପ,

ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଶ୍ରୁଭାଂଶୁ ପଣ୍ଡା, ରାଜ୍ୟ ଆଇନିଜୀବୀ ପରିଷଦର ଉପାଧ୍ୟକ୍ଷ ରାଜୀବ କୁମାର ମହାନ୍ତି, ବହୁଭାଷୀ ଲେଖିକା ଓ ମାନସିକ ସୁସ୍ଥତା, ପ୍ରଶିକ୍ଷିକା ଡ. ଆଭାଞ୍ଜଳି ଶତପଥୀ ପ୍ରମୁଖ ଯୋଗ ଦାନ କରି ସାମ୍ୱାଦିକ ମାନଙ୍କର ନୈତିକତା କର୍ତ୍ତବ୍ୟନିଷ୍ଠା ଏକାଗ୍ରତା ଓ ସମସ୍ୟା ଉପରେ ଆଲୋଚନା କରିଥିଲେ। ଯାଜପୁର ମିରରର ବାର୍ତ୍ତା ସମ୍ପାଦକ ଦୟାନିଧି ନାୟକ ସଭା ସଞ୍ଚାଳନ କରିଥିବା ବେଳେ ଅତିଥି ମାନେ ଯାଜପୁର ମିରର ର ସ୍ଵତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିଥିଲେ ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ପ୍ରାକ୍ତନ ରେଳ ପ୍ରଶାସକ ଦେବୀ ପ୍ରସାଦ ଦାଶ, ବରିଷ୍ଠ ଚିକିତ୍ସକ ସୋଭାଗ୍ୟ ରଞ୍ଜନ ସୁବୁଦ୍ଧି, ଶିକ୍ଷାବିତ୍ ବନୋଜ କୁମାର ଜେନା, ଯୁବ ଉଦ୍ୟୋଗୀ ଆଲୋକ କୁମାର ମହାନ୍ତି, ଯୁବନେତା ସିଦ୍ଧାର୍ଥ ଶଙ୍କର ସାମଲ, ଯୁବ ନେତ୍ରୀ ମୋନାଲିସା ସାହୁ,

ସମାଜସେବା ସଂଗଠନ ଶେଷ ପରିଚୟ ଏବଂ ସହିଦ୍ ଭଗତ ସିଂ ଯୁବକ ସଂଘଙ୍କୁ ସମାଜରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯାଜପୁର ମିରରର ଜିଲ୍ଲା ପ୍ରତିନିଧି ରୁଦ୍ରପ୍ରତାପ ପାଢ଼ୀ, ଭିଜୁଆଲ ଏଡିଟର ପ୍ରଶାନ୍ତ ଗେଡି, ସୌରଭ ଖୁଣ୍ଟିଆ, କିଶୋର ରାଉତ, ତାପସ ମିଶ୍ର, ପ୍ରକାଶ ସାହୁ, ରାଜେନ୍ଦ୍ର ଦାସ ପ୍ରମୁଖ ଉତ୍ସବରେ ସହଯୋଗ କରିଥିବା ବେଳେ ସହ ସମ୍ପାଦିକା ଆଇନିଜୀବୀ ଅସ୍ମିତା ପତି ଧନ୍ୟବାଦ୍ ଅର୍ପଣ କରିଥିଲେ।

Exit mobile version