ଗୋପ ବ୍ଲକ ରେ ସୁଭଦ୍ରା ଯୋଜନାର ପଦଯାତ୍ରା ପାଇଁ ଅଙ୍ଗନବାଡି ଦିଦିଙ୍କ ତାଗିଦ

୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ  :-> ରାଜ୍ୟ ସରକାର ଅନେକ ଯୋଜନା ମଧ୍ୟରେ ସବୁଠୁ ଆକର୍ଷଣୀୟ ଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଯୋଜନା ଟି ହେଉଛି ସୁଭଦ୍ରା ଯୋଜନା l ଚଳିତ ମାସ ପ୍ରାରମ୍ବରୁ ସୁଭଦ୍ରା ଯୋଜନା ର ରୂପରେଖରେ ଦୈନିକ କିଛି ନା କିଛି ପରିବର୍ତ୍ତନ ହେଉଛି l ଯାହାଫଳରେ କୀ ନିରୀହ ମହିଳା ମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ରବିବାର ସକାଳ ସମୟରେ ଗୋପ ବ୍ଲକ କାର୍ଯ୍ୟାଳୟ ରେ ଶତାଧିକ ମହିଳାଙ୍କ ସମାଗମ ଦେଖିବାକୁ ମିଳିଥିଲା l

କାରଣ ସମ୍ପର୍କ ରେ ଆମ ସ୍ଥାନୀୟ ପ୍ରତିନିଧି ଗୋପ ବିଡିଓ ଓ ସିଡିପିଓ ଙ୍କୁ ପଚାରିବାରୁ ଜାଣିବାକୁ ପାଇଲୁ ଯେ ସୁଭଦ୍ରା ଯୋଜନା ପାଇଁ ଏକ ପଦଯାତ୍ରା ର ଆୟୋଜନ କରାଯାଇଛି ଯେଉଁଥିରେ ମିଶନ ଶକ୍ତିର ସମସ୍ତ ମା ମାନେ ଅଂଶଗ୍ରହଣ କରିବା ସହିତ SHG ଗ୍ରୁପ ର ମା ମାନେ ମଧ୍ୟ ଏଥିରେ ସାମିଲ ହେଵା ସହିତ ଅଙ୍ଗନବାଡି କର୍ମୀ କୁ ସାମିଲ ହେବାପାଇଁ କୁହାଯାଇଛି l

କିନ୍ତୁ ଅଙ୍ଗନବାଡି ଦିଦି ମାନେ କଣ କରିଛନ୍ତି ଗ୍ରାମର ମହିଳାଙ୍କୁ ଏଥିରେ ସିଧାସଳଖ ସାମିଲ ନ କରାଇ ସୁଭଦ୍ରା ଯୋଜନା ର ଯୋଗ୍ୟ ହିତାଧିକାରୀ ହେବାକୁ ହେଲେ ରସିଦ କୁ ବ୍ଲକ କାର୍ଯ୍ୟାଳୟ ରେ ପଇଠ କରିବାକୁ କହି ପଦଯାତ୍ରା ରେ ସାମିଲ କରୁଥିବାରୁ ସମସ୍ୟା ଜଟିଳ ହୋଇଥିଲା l କାରଣ ପୂର୍ବରୁ ଯେଉଁଭଳି ସୁଭଦ୍ରା ସଚେତନ ରଥ କୁ ସ୍ୱାଗତ କରିବା ସମୟରେ ବିଳମ୍ବ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା l ଠିକ ଆଜିର କାର୍ଯ୍ୟକ୍ରମ ରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା l

ବ୍ଲକ କାର୍ଯ୍ୟାଳୟ ଭିତରେ ଥିବା ସମ୍ମିଳନୀ କକ୍ଷରେ ବିଡିଓ ଛବିରାଣୀ ସାହୁ ଉପସ୍ଥିତ ମା ମାନଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କ ରେ ଅବଗତ କରୁଥିବା ସମୟରେ କହିଥିଲେ କୀ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏକ ଡେବିଟ କାର୍ଡ ପ୍ରଦାନ କରାଯିବ ଯେଉଁଥିରେ କୀ ନିର୍ଦ୍ଧିଷ୍ଟ ସପିଙ୍ଗ ମହଲ ରେ କାର୍ଡ କୁ ବ୍ୟବହାର କରିବ l ତା ଛଡା ମହିଳାମାନେ ସ୍ୱାବଲମ୍ବୀ ହେବାକୁ ହେଲେ କୁକଡ଼ା ଫର୍ମ ଓ ଗୋ ପାଳନ କରିବାକୁ ପଡିବ l ଆଉ ସେଥିପାଇଁ କୁକୁଡ଼ା ଦାନା ଓ ଗାଇ ପାଇଁ ଚୋକଡ ଆଦି ଉକ୍ତ ଟଙ୍କାରେ କ୍ରୟ କରିବ l

ଏହା ଶୁଣିବାପରେ ଉପସ୍ଥିତ ମହିଳାମାନେ ଉତକ୍ଷିପ୍ତ ହୋଇ ସମ୍ମିଳନୀ କକ୍ଷରେ ପାଟିତୁଣ୍ଡ କରି କକ୍ଷ ତ୍ୟାଗ କରିଥିଲେ l ଅଧିକାଂଶ ମହିଳା ମାନେ ବିନା ଟିଫିନ୍ ଓ ପାଣି ବୋତଲ ରେ ଫେରିଥିଲେ l ଯୋଜନା ସମ୍ପର୍କ କୌଣସି ଅଧିକାରୀ ଙ୍କ ପାଖରେ ସଠିକ ସୂଚନା ନଥିବା ଫଳରେ ସମସ୍ତ ମହିଳା ଚିନ୍ତାରେ l ପୂର୍ବରୁ ଯେଉଁଭଳି ଭିଡ ହେଉଥିଲା ତାର ସରଳ ଉପାୟ କୁ ଆପଣାଇ ନୂତନ SOP ଲାଗୁ ହୋଇଥିଲା କଣ ନା କୌଣସି ନମ୍ବର ଓ କୀ ଓଟିପି ଆବଶ୍ୟକ ନାହିଁ l

ପୁନଃ ଆଜି ଠୁ ନୂତନ SOP ଲାଗୁ ହୋଇଛି କୀ ଯେଉଁମାନେ ସୁଭଦ୍ରା ଯୋଜନା ରେ ଫର୍ମ ପକାଇବେ ତାଙ୍କର ଫିଙ୍ଗର ପ୍ରିଣ୍ଟ ଓ ଆଖି ଆଦିର ଚି଼ହ୍ନ ଆବଶ୍ୟକ ପଡିବ l ଏହିଭଳି ଯଦି ବାରମ୍ବାର SOP ପରିବର୍ତ୍ତନ ହେଉଥିବା ତେବେ କୌଣସି ମହିଳା ଯୋଗ୍ୟ ହିତାଧିକାରୀ ହୋଇପାରିବନାହିଁ l ଆସନ୍ତା 17 ତାରିଖ ରେ ଯେହେତୁ ପ୍ରଥମ କିସ୍ତି ବ୍ୟାଙ୍କ ଆକାଉଣ୍ଟ ଯିବ ସେଥିପାଇଁ ମହିଳା ଙ୍କ ମଧ୍ୟ ଗୋଟେ ପ୍ରକାରର ସଙ୍ଘର୍ଷ ଦେଖିବାକୁ ମିଳୁଛି l ଏଣୁ ସମସ୍ତ ସମସ୍ୟା କୁ ଦୁଷ୍ଟିରେ ରଖି ବିଭାଗୀୟ ମନ୍ତ୍ରୀ ଓ ଉଚ୍ଚ ପଦସ୍ତ ଅଧିକାରୀ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି l

Exit mobile version