Home ଓଡ଼ିଶା ସୁଭଦ୍ରା ଯୋଜନାକୁ ସଫଳ ରୂପାୟନ ଦେବା ପାଇଁ ବାରିପଦାରେ ଆରମ୍ଭ ହେଲା ପଦଯାତ୍ରା ଓ ସ୍ଵାକ୍ଷର ପ୍ରଚାର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଓଡ଼ିଶାର ପ୍ରତ୍ୟେକଟି ମହିଳା ହେବେ ସ୍ୱାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତ ଓ ଲୋକପ୍ରିୟ ହୋଇପାରିଛି । ଓଡ଼ିଶାର ଆୟତନରେ ସର୍ବ ବୃହତ ଜିଲ୍ଲା, ମୟୂରଭଞ୍ଜ ଠାରେ ମଧ୍ୟ ଏହି ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ, ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ରବିବାର ଦିନ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ କଲେକ୍ଟୋରେଟ ଠାରୁ ମୟୂରଭଞ୍ଜ ଆଥଲେଟିକ ଆସୋସିଏସନ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରା ଯାଇଥିଲା । ଏହି ପଦଯାତ୍ରାରେ ୨୦୦ରୁ ଉର୍ଦ୍ଧ୍ୱ ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ମାନେ ଏବଂ ବାରିପଦା ଅଂଚଳର ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେବା ସହ ସ୍ଵାକ୍ଷର ପ୍ରଚାରରେ ନିଜକୁ ସାମିଲ କରିଥିଲେ। ଏହି ପାଦ ଯାତ୍ରାକୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସିଙ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିବା ସହିତ ଘରେ ଘରେ ସୁଭଦ୍ରା ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାରେ ଜିଲ୍ଲା ମିଶନ ଶକ୍ତି ସଂଗଠନର ସଂଯୋଜିକା ଶ୍ରୀମତୀ ବିଷ୍ଣୁପ୍ରିୟା ଦାସ ଯୋଗ ଦେଇ ମହିଳା ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ଏହି ଯୋଜନାର ଦୂର ଫଳପ୍ରସୂ ବିଷୟରେ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଆସନ୍ତା ୧୭ତାରିଖ ଠାରୁ ଏହି ଯୋଜନା ଆରମ୍ଭ ହେବ। ଏବେ ଆବେଦନ କରିଥିବା ମହିଳାଙ୍କ ଠାରୁ ଆରମ୍ଭ କରି ୧୭ପରେ ବି ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ବର୍ଷକୁ ରକ୍ଷାବନ୍ଦନ ଓ ଅର୍ନ୍ତଜାତୀୟ ମହିଳା ଦିବସରେ ୫ହଜାର ଲେଖାଏଁ ୧୦ହଜାର ୫ବର୍ଷ ଦିଆଯିବ। ଏହି ଯୋଜନାକୁ ବ୍ଲକ, ପଂଚାୟତ, ଗାଁସ୍ତରରେ ବ୍ୟାପକ ସଚେତନତା ରଥ ଏବଂ ବିଭିନ୍ନ ସୂଚନା, ଶିକ୍ଷା ଯୋଗାଯୋଗ ମାଧ୍ୟମରେ ସୃଷ୍ଟି କରାଯାଉଛି, ଯେଭଳି ମହିଳା ମାନେ ଠକାମିର ଶୀକାର ନ ହେବେ ସେ ଦିଗରେ ଦୃଷ୍ଟି ଦିଆଯାଉଛି , ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ସୂଚନା ଥାଉକି, ଏହି ଯୋଜନାରେ ହିତାଧିକାରୀ ମାନେ ସୁବିଧା ପାଇବା ପାଇଁ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରେ ମାଗଣାରେ ଆବେଦନପତ୍ର ନେଇ ଦାଖଲ କରାଇବେ । ଯେଭଳି ଯୋଗ୍ୟ ହିତାଧିକାରୀ ମହିଳା କେହି ବଂଚିତ ରହିବେ ନାହିଁ ସେ ଦିଗରେ ଜିଲ୍ଲା ପ୍ରଶାସନ ସଂପୁର୍ଣ୍ଣ ଦୃଷ୍ଟି ଦେଉଛି ଏବଂ କେହି ଯଦି ଠକାମିର ସୁରାକ୍ ମିଳିବା ମାତ୍ରକେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ପ୍ରେସ ବିବୃତି ମାଧ୍ୟମରେ କହିଥିଲେ। ବିଶେଷ କରି ଏହି ଯୋଜନା ଦ୍ବାରା ଗ୍ରାମାଂଚଳର ମହିଳା ମାନେ ସଶକ୍ତ ହେବାରେ ସହଯୋଗ ହେବେ ଏବଂ ବର୍ତ୍ତମାନ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପରୀକ୍ଷମୂଳକ ଭାବେ ୧ ଟଙ୍କା ଆସିବା ଆରମ୍ଭ ହେବାରୁ ମହିଳାଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଆଜିର ଏହି ପଦଯାତ୍ରା, ସମଗ୍ର ଜିଲ୍ଲାରେ ପ୍ରତିଟି ବ୍ଲକ, ଗ୍ରାମପଂଚାୟତ ଏବଂ ଜିଲ୍ଲା ସ୍ତରରେ ଆୟୋଜନ କରାଯାଇ ସମସ୍ତ ଜନସାଧାରଣଙ୍କୁ ଏହି ଯୋଜନା ବିଷୟରେ ସଚେତନତା ତଥା ଅବଗତ କରାଯାଇଛି। ଆସନ୍ତା ୧୭ ତାରିଖରେ ମାନ୍ୟବର ପ୍ରଧାନ ମନ୍ତ୍ରୀ, ଭୁବନେଶ୍ୱର ଠାରେ ଏହି ଯୋଜନାର ସଫଳ ଉଦ୍ଘାଟନ କରିବେ ଏବଂ ସେହି ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ଏହି ଯୋଜନାକୁ ନେଇ ଚଞ୍ଚଳତା ଦେଖା ଦେଇଛି । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026