୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୋରଡ଼ା :-> ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଟ୍ରାକ୍ଟର ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଉକ୍ତ ଫାଣ୍ଡି ଅଧୀନ ଗଡିଗାଁ ପଞ୍ଚାୟତର ହାଣ୍ଡିଭଙ୍ଗା ଗ୍ରାମର ମୁନୁସି ମଳିକ l ସୂଚନା ମୁତାବକ ହାଣ୍ଡିଭଙ୍ଗା ଗ୍ରାମ ଜଙ୍ଗଲ ନିକଟରେ ଥିବା ସୁବର୍ଣ୍ଣରେଖା କେନାଲ ନିକଟରୁ ବେଆଇନ ଭାବେ ଏକ ଟ୍ରାକ୍ଟରରେ ମୋରମ ଚୋରା ଚାଲାଣ ହେଉଥିଲା l

