୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଖୋର୍ଦ୍ଧା ରେଳ ଡିଭିଜନ ବିରିବାଡି ଗ୍ରାମ ନିକଟ ରେଳ ଲାଇନ ଉପରୁ ଗତ କାଲି କ୍ଷତିକୁ ଯୁବକଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର ଘଘଟଣାସ୍ଥଳରେ .କ୍ଷତାକ୍ତ ମୃତ ଦେହ ଉଦ୍ଧାର ଘଟଣାରେ ତାତିଲେ ଗ୍ରା ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ଅଭିଯୋଗ କରିବା ସହ ଆସାମୀ କୁ ଗିରଫ ଦାବିରେ NH ଅବରୋଧ କରିଛନ୍ତି l

ଗ୍ରାମବାସୀ ମାନେ NH16 ଜାତୀୟ ରାଜପଥ ଅବରୋଧ କୁହୁଡି ଫାଣ୍ଡି ନିକଟରେ ମୃତ ଦେହ ରଖି ଜାତୀୟ ରାଜପଥ ଅବରୋଧ କରିଛନ୍ତି ।ରାସ୍ତାର ଉଭୟ ପାର୍ଶ୍ଵରେ ସହ ସହ ଗାଡି ମୋଟର ଅଟକି ରହିଛି। ଲୋକେ ହନ୍ତ ସନ୍ତ ହେଉଛନ୍ତି ମୃତ ଯୁବକଙ୍କ ନାମ ମାଗା ସୁବୁଦ୍ଧି ବୟସ 26 ବର୍ଷ. ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହାଟ ବରଡ଼ି ଗ୍ରାମରେମୃତ ଯୁବକ 24 ଘଣ୍ଟା ତଳୁ ନିଖୋଜ ଥିଲେ ।
ଏହା ଦୁର୍ଘଟଣା ନୁହେଁ ଏହା ଏକ ସୁକଳ୍ପିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରି ରାସ୍ତା ରୋକ କରିଛନ୍ତି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରି ଗାଁ ର କେତେକ ଯୁବକ ରେଳ ଲାଇନ ଉପରେ ପକାଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଆସାମୀ ମାନଙ୍କୁ ଗିରଫ କରିବା ପାଇଁ ଲୋକେ ଦାବି କରିଛନ୍ତିପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛି l
