ଶାମୁକା ପାଟଣାରେ ଜୀବନ ବିନ୍ଦୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଉଦଘାଟିତ 

୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼  :-> ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ବିଧାୟକ ବେଗୁନିଆ/ବୋଲଗଡ଼ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଓ ବିଜେଡି ଭୁବନେଶ୍ୱର ଜୋନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ତ୍ରିପାଠୀଙ୍କ ସଂଯୋଜନାରେ ରବିବାର ଦିନ ଓଡ଼ିଶା ମୋ ପରିବାର “ଜୀବନ ବିନ୍ଦୁ” ଆନୁକୁଲ୍ୟରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗେଡିଆପଲ୍ଲୀ ଗ୍ରାମପଞ୍ଚାୟତର ନବଜ୍ୟୋତି ଯୁବକ ସଂଘ, ଶାମୁକା ପାଟଣା ଦ୍ଵାରା ସଂଘ ସଭାଗୃହଠାରେ ଜୀବନ ବିନ୍ଦୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ବିଧାୟକ ପ୍ରଦୀପ କୁମାର ସାହୁଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି ।

ଏହି ସ୍ବେଛାକୃତ ରକ୍ତ ଦାନ ଶିବିରରେ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ କିଶୋର ଛୋଟରାୟ, ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ ତ୍ରିପାଠୀ, ସମିତି ସଭ୍ୟ ରଞ୍ଜନ କୁମାର ପଣ୍ଡା, ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅବ୍ୟକ୍ତ ହରିହର ଖlଡ଼lଙ୍ଗା ,ରାଜ୍ୟ ବିଜେଡି ସମ୍ପାଦକ ଶୁଭକାନ୍ତ ମହାପାତ୍ର, ଛାତ୍ର ବିଜେଡ଼ି ସାଧାରଣ ସମ୍ପାଦକ ସତ୍ୟପ୍ରକାଶ ସାହୁ, ଶିକ୍ଷକ ଶିଶିର ମହାପାତ୍ର, ସାମ୍ବାଦିକ ମିହିର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ l

ଯୁବକ ସଂଘର ସମସ୍ତ କର୍ମକର୍ତ୍ତା, ସଭ୍ୟ ଓ ଯୁବ ଗୋଷ୍ଠୀମାନଙ୍କ ମିଳିତ ଉଦ୍ୟମରେ ଓ ଖୋର୍ଦ୍ଧାଜିଲ୍ଲା ବ୍ଲଡ଼ ବ୍ୟାଙ୍କ ଦ୍ୱାରା ୫୧ ୟୁନିଟ ଉର୍ଦ୍ଧ ରକ୍ତ ସଂଗୃହୀତ ହୋଇଅଛି । ବିଧାୟକ ଶ୍ରୀ ସାହୁ କହିଛନ୍ନ୍ତି ଯେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଏହା ଆରମ୍ଭ ମାତ୍ର ଆଗାମୀ ଦିନରେ ସମସ୍ତ ୪୦ଗୋଟି ଗ୍ରାମ ପଞ୍ଚାୟତରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ରକ୍ତାଭାବ ଦୂର କରାଯିବl ସହ ଏକ ସୁସ୍ଥ, ସ୍ୱଚ୍ଛ ଓ ସବୁଜ ବେଗୁନିଆ ନିର୍ବାଚନ ମଣ୍ଡଳୀ ଗଠନ କରିବା ପାଇଁ ଆହ୍ବାନ ଦେଇଛନ୍ତି l ପରିଶେଷରେ ଆୟୋଜକ ସଂସ୍ଥା ଓ ସମସ୍ତ ରକ୍ତଦାତାମାନଙ୍କୁ ରାଜ୍ୟ ବିଜେଡି ସମ୍ପାଦକ ଶୁଭକାନ୍ତ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Exit mobile version