ରଣପୁର ରେ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା

୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର  :->ରଣପୁର ଶହୀଦ ରଘୁ-ଦିବାକର ଭବନ ଠାରେ ସି.ପି.ଆଇ.ଏମ୍ ରଣପୁର ଲୋକାଲ କମିଟି ତରଫରୁ ପାର୍ଟିର ସର୍ବଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ୟେଚୁରୀଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରି ପାର୍ଟିର ବରିଷ୍ଠ ନେତା ହରିଶ୍ଚନ୍ଦ୍ର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l

ୟେଚୁରୀ ଙ୍କ ଫଟୋ ଚିତ୍ରରେ ପ୍ରଥମେ ସାଥୀ ମାନେ ପୁଷ୍ପାର୍ପଣ କରି ୧ ମିନିଟ ନୀରବ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନ୍ୟତମ ଜିଲ୍ଲା ନେତୃତ୍ବ ବିଶ୍ଵନାଥ ମହାପାତ୍ର‌‌ , ଜିଲ୍ଲା ସମ୍ପାଦକ ଶରତ ବେହେରା, ନିତ୍ୟାନନ୍ଦ ପରିଡା,ସୁରେଶ ସ୍ଵାଇଁ ଓ ଦୁଃଶାସନ ଜେନା ପ୍ରମ୍ମୁଖ ୟେଚୁରୀଙ୍କ ବିୟୋଗ କିଭଳି ଭାରତବର୍ଷର ମେହେନତୀ ଜଣଗଣଙ୍କର ଅପୂରଣୀୟ କ୍ଷତି ଘଟାଇଲା ଓ ଦେଶରେ ଯେଉଁ ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି ତାହାର ବିଶଦ ବିବରଣୀ ପ୍ରଦାନ କରିଥିଲେ ।

Exit mobile version