ଦ୍ରୁତ ଗତି ଯୋଗୁଁ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ – ୭ ଆହାତ, ୪ ଗୁରୁତର

୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ଅଡବା ଥାନା ପଦାଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ l ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି l ୨ ଜଣଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି l ସମସ୍ତେ ଗୋଟିଏ ପରିବାର ବୋଲି ଜଣାପଡିଛି l

ବ୍ରହ୍ମପୁରରେ କୋର୍ଟ କାମ ସାରି ପରିବାରର ୧୧ ଜଣ ବୋଲେରୋ ରେ ନିଜ ଗାଁ ଗୁଲୁବା ପଂଚାୟତ କାମପଦର ଗାଁକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବୁଲାଣିଆ ରାସ୍ତାରେ ବୋଲରୋଟି ଓଲଟି ପଡିଥିଲା l ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଅଡବା ମେଡିକାଲ ଓ ପରେ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ l ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଓ ୩ ଶିଶୁ ଥିଲେ ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି l

Exit mobile version