ଚାନ୍ଦୀପୁଟ ଆଦିବାସି ବାଳିକା ବିଦ୍ୟାପୀଠ ରେ ଅଭିଭାବକ ସମ୍ମିଳନୀ

୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ମୋହନା ଖବର ଚାନ୍ଦିପୁଟ୍ ଆଦିବାସି ବାଳିକା ବିଦ୍ୟାପୀଠ ରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ବେହେରାଙ୍କ ସଂଯୋଜନାରେ ଓ ପରିଚାଳନା କମିଟି ସଭାପତି ଜଟୁ ପାଇକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ମିଳନୀରେ ମୂଖ୍ୟ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ ଯୋଗଦେଇ ବିଦ୍ୟାଳୟର ବ୍ୟବସ୍ଥା କୁ ନେଇ ପ୍ରଶଂସା କରିଥିଲେ l ଏଥିସହ ବିଦ୍ୟାଳୟର ଉନ୍ନତି ପାଇଁ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେ କହିଛନ୍ତି l

ମୁଖ୍ୟବକ୍ତା ଭାବ ଭାରତୀୟ ବାୟସେନାର ୱିଙ୍ଗ କମାଣ୍ଡର ବିନୟ ଭୂଷଣ ମେହେର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ,ରବି କୁମାର, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ବିପ୍ର ବଳିଆରସିଂ, ପୂର୍ବତନ ସରପଞ୍ଚ ଜରିଆ କlର୍ଜି, ସରପଞ୍ଚ ପ୍ରତିନିଧି କମଳ ପାଲ, ବିଦ୍ୟାଳୟ ସମ୍ପାଦିକା ସୁଷମା ବେହେରା ଓ ସମିତି ସଭ୍ୟ ସୋମନାଥ ମଣ୍ଡଳ ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିଛନ୍ତି l

Exit mobile version