୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ତାଲୁକା ଆଇନ ସେବା କମିଟି, ହିଞ୍ଜିଳିକାଟୁ ତରଫରୁ ରବିବାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଓ ସାଇବର ଅପରାଧ ଆଇନ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯକ୍ରମ ପୌର ପରିଷଦ ସଭା କକ୍ଷରେ ଅନୁଷ୍ଠିତ ହୋଇଛି। ସବଜର୍ଜ ଅବକାଶ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜେଏମଏଫସି ବିଚାରପତି ବନଜା ମହାନ୍ତି, ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା,ପୌର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ବରିଷ୍ଠ ଆଇନଜୀବି ନିର୍ମଳ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
