ପୌର ଓ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ସ୍ଵାଗତ ପଦଯାତ୍ରା

୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ସମ୍ପ୍ରତି ରାଜ୍ୟରେ ବସବାସ କରୁଥିବା ୨୧ରୁ ୬୦ ବର୍ଷ ପର୍ଯ୍ୟନ୍ତ ସମସ୍ତ ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା । ଏହି ଯୋଜନାକୁ ତୃଣ ମୂଳ ସ୍ତରରେ ବ୍ୟାପକ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସୁଭଦ୍ରା ସ୍ୱାଗତ ପଦଯାତ୍ରା । ଏହି ପରିପ୍ରେକ୍ଷୀରେ ରବିବାର ପଞ୍ଚାୟତ ସମିତି ଓ ପୌର ପରିଷଦ ପକ୍ଷରୁ ମିଳିତ ଭାବେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆରମ୍ଭ ହୋଇଛି ।

ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓ ଓ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରୁ ପୌର ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ନେତୃତ୍ୱରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆରମ୍ଭ ହୋଇଥିଲା । ଉଭୟ ପ୍ରଶାସନିକ ଅଧିକାରୀଙ୍କ ସହ ପୌର ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା,ସିଡ଼ିପିଓ ଗାଙ୍ଗୀ ସୁବୁଦ୍ଧି ମହିଳା ଗୋଷ୍ଠୀ, ଏମବିକେ , ସ୍ଵଂୟ ସହାୟିକା ଗୋଷ୍ଠୀ ସଦସ୍ୟା ପ୍ରମୁଖ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ସାଧାରଣ ବୈଠକରେ ଅଂଶ ଗ୍ରହଣ କରିଥିଲେ ।

ଅଧିକାରୀ ମାନେ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବିଭିନ୍ନ ସୂଚନା ଓ ନିୟମାବଳୀ ଅନୁସାରେ ଆବେଦନ କରି ଯୋଜନାରୁ ଉପକୃତ ହେବା ପାଇଁ ଜନ ସଚେତନତା ଆବଶ୍ୟକ ବୋଲି ଅବଗତ କରାଇଥିଲେ । ଅନୁରୂପ ଭାବେ ହିଞ୍ଜିଳିକାଟୁ ବ୍ଲକର ସମସ୍ତ ପଞ୍ଚାୟତରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ ହୋଇଛି । ରାଳବ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ସରପଞ୍ଚ ରଶ୍ମିତା ପ୍ରଧାନ,

ପୁଟିଆ ପଦର ପଞ୍ଚାୟତରେ ନିର୍ବାହୀ ଅଧିକାରୀ ବିଜୟ କୁମାର ସେଠୀଙ୍କ ତତ୍ତ୍ଵାବଧାରେ ସରପଞ୍ଚ ସୁଦର୍ଶନ ରାଉତଙ୍କ ସମେତ ଅନ୍ୟାନ୍ୟ ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜନ ପ୍ରତିନିଧି, ମହିଳା ଗୋଷ୍ଠୀ ପ୍ରମୁଖ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆୟୋଜିତ କରିବା ସହ ସାଧାରଣ ବୈଠକରେ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ ।

Exit mobile version