୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଫୁଲବାଣୀ ଗାନ୍ଧୀ ସ୍ମୁତି ଗୃହରେ ଦୁଇ ଦିନ ଧରି ରାଜ୍ୟ ସତ୍ୟ ସାଇ ସେବା ସଙ୍ଗଠନ ଦ୍ଵାରା ସତ୍ୟସାଇ ବାଳବିକାଶ ଗୁରୁ ସମ୍ମିଳନୀ ଅନୁଷ୍ଠିତ ହେବା ପରେ ରବିବାର ଉଦଯାପିତ ହୋଇଯାଇଛି l ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୪୦୦ ରୁ ଉର୍ଦ୍ଧ ଗୁରୁ ଯୋଗ ଦେଇଥିଲେ । ସତ୍ୟସାଇ ସେବା ସଂଗଠନ ର ମୂଳ ଉଦେଶ୍ୟ ତା’ର କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା l ପ୍ରତ୍ୟେକ ଗ୍ରାମରେ ଯେପରି ସତ୍ୟସାଇ ବାଳ ବିକାଶ କାର୍ଯ୍ୟକ୍ରମ ହେବ ସେଥି ପ୍ରତି ଗୁରୁତ୍ୱ ଦେବାପାଇଁ ରାଜ୍ୟ ସଭପତି ଡ଼.ସତ୍ୟ ସ୍ବରୂପ ପଟ୍ଟନାୟକ ସମସ୍ତ ଗୁରୁ ମାନଙ୍କୁ ଅନୁରୋଧ କରିଥିଲେ।

