ଜଙ୍ଗଲରେ ଖାଦ୍ୟ ଅଭାବ : ହରିଣ ଏବେ ଜନବସତି ମୁହାଁ

୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ବାଲୁଖଣ୍ଡ ଅୟାରଣ୍ୟର ଶ୍ରୀ ବୃଦ୍ଧି କରୁଥିବା ବାଲି ହରିଣ ଏବେ ବିପଦ ମୁଖରେ । ଖାଦ୍ୟ ଓ ପାନୀୟ ଉଦ୍ଦେଶ୍ୟରେ ଜଙ୍ଗଲ ବାହାରକୁ ଆସୁଥିବା ହରିଣମାନେ ମୃତ୍ୟୁ ମୁଖରେ ପଡ଼ୁଥିବା ଜଣାପଡିଛି । କେତେବେଳେ ଗାଡ଼ି ମଟର ଦୁର୍ଘଟଣାରେ ତ କେତେବେଳେ ବୁଲା କୁକୁରଙ୍କ ଆକ୍ରମଣରେ ଏହି ଶାନ୍ତ ନିରୀହ ଜନ୍ତୁଟି ମୃତ୍ୟୁମୁଖରେ ପଡୁଅଛି ।

ରବିବାର ମଧ୍ୟାହ୍ନ ସମୟରେ କୋଣାର୍କ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପଛ ପାଖ ଜଙ୍ଗଲରେ ଏକ ହରିଣ ଛୁଆକୁ କୁକୁର ମାନେ ଆକ୍ରମଣ କରିବାରେ ହରିଣ ଛୁଆଟି ରାସ୍ତା ଉପରକୁ ଚାଲି ଆସିବାରେ କିଛି ଲୋକ ହରିଣଟିକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣଟିକୁ ଉଦ୍ଧାର କରି ତାର ପ୍ରାଥମିକ ଚିକିତ୍ସା କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

Exit mobile version