ରାସ୍ତା ପାର୍ଶ୍ବରୁ ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ବାପା

ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ  :->  ରବିବାର ସକାଳେ କୋଣାର୍କ – ପିଲିଲି ମୁଖ୍ୟ ରାସ୍ତାର ଗୁଣ୍ଡି ଛକ ନିକଟ ଇଣ୍ଡେନେ ଗ୍ୟାସ ଗୋଦାମ ପାଖ ରାସ୍ତା ପାର୍ଶ୍ବରୁ ଜଣେ ମହିଳାଙ୍କ ମୃତଦେହକୁ କୋଣାର୍କ ପୁଲିସ ଜବତ କରିଛି।ମୃତ ମହିଳା ବନାଖଣ୍ଡି ଗ୍ରାମର ଝରଣା ମଲ୍ଲ(୩୫) ବୋଲି ଜଣାପଡିଛି । ଝରଣାକୁ ତାଙ୍କ ଶାଶୁଘର ଲୋକମାନେ ମାରି ଫୋପାଡିଦେଇଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡେକି କୋଣାର୍କ-ପିପିଲି ମୁଖ୍ୟ ରାସ୍ତା ଗୁଣ୍ଡି ଛକ ନିକଟ ଗ୍ୟାସ ଗୋଦାମ ପାଖ ରାସ୍ତା ପାର୍ଶ୍ବରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ ।

 

ଖବର ପ୍ରଚାରିତ ହେବାରେ ଘଟଣାସ୍ଥଳକୁ କୋଣାର୍କ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିଲା । ମୃତ ମହିଳାଙ୍କ ମୁହଁରେ ରକ୍ତ ଦାଗ ଓ ଗୋଟିଏ ଧଳା ଗାମୁଛା ଘୋଡିଆ ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଝରଣାଙ୍କ ବାପା ମୃତଦେହକୁ ଚିହ୍ନଟ କରିଥିଲେ । ଗତ ୨୦୧୮ ମସିହାରେ ଝରଣା ଚାରିଛକ ନିକଟ ତେନ୍ତୁଳିଗ୍ନୁଆ ସଇଦାବାଦ ଗ୍ରାମର ଅଭିନାଶ ନାୟକଙ୍କୁ ବିବାହ କରିଥିଲେ ।

ଝରଣାଙ୍କର ଏକ ୫ବର୍ଷର ଝିଅ ଥିବା ବେଳେ ତାଙ୍କର ମୃତଦେହ କିପରି ଭାବେ ଏଠାକୁ ଆସିଲା ତାହା ସଠିକ୍ ଭାବେ ଜଣାପଡ଼ି ନାହିଁ l ଏନେଇ  କୋଣାର୍କ ଥାନାରେ ୧୩/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ମୃତ ଝରଣାଙ୍କ ବାପାଙ୍କ ଅଭିଯୋଗ ପାଇବା ପରେ କୋଣାର୍କ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ଶବ ବ୍ୟବଛେଦ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ ପ୍ରକାଶ କରିଅଛନ୍ତି ।

Exit mobile version