Home ଓଡ଼ିଶା ବାଣିଗୋଛା ରେ ଆୟୋଜିତ ହେଲା ଆୟୂଷ୍ମାନ ଆରୋଗ୍ୟ ସ୍ବାସ୍ଥ୍ୟ ଶିବିର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଉପକୃତ ହେଲେ ଉପାନ୍ତ ଅଂଚଳ ରୋଗୀ ୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ପଶ୍ଚିମାଞ୍ଚଳର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଂଚଳ ଭାବରେ ପରିଚିତ ବାଣିଗୋଛା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ସ୍ବାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆୟୁଷ୍ମାନ ଆରୋଗ୍ୟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବାଣିଗୋଛା ଗ୍ରାମପଞ୍ଚାୟତ ତଥା ସଲଗ୍ନ ଦୁଡା ଓ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ ର ବୁରୁପାଲ, ପଧାନ ଗାଁ, ବତାଗାଁ,ନେଫାରୀ, ବାଣିବିରୀ, ତାକୁଡା, ଗୁର୍ହା, ଜାମୁସାହି, ଫାଲପାଜୁ,ଗରସା,ରାଗୁଡୁ,ଶଗଡାସାହି, ପ୍ରଭୃତି ଗ୍ରାମର ୧୫୮ ରୁ ଉର୍ଦ୍ଧ୍ବ ଜନସାଧାରଣ କଂ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଓଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଡାକ୍ତର ବିଶ୍ବଜିତ୍ ନାୟକ, ଡାକ୍ତର କାଳୀ ପ୍ରସାଦ ଷଡ଼ଙ୍ଗୀ,, ଫାର୍ମାସିଷ୍ଟ ସୈlମ୍ଯ ରଂଜନ ଖୁଣ୍ଟିଆ, ଏ ଏନ୍ ଏମ୍ ସୁନିତା ମଳିକ ପରିଚାଳନା କରିଥିଲାବେଳେ , ବାଣିଗୋଛା ସବ୍ – ସେଣ୍ଟର ର ଆଶାସାଥୀ ଓ ସମସ୍ତ ଆଶାକର୍ମୀ ମାନେ ସହଯୋଗ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିର ପ୍ରତି ମାସର ୧ ମ ଗୂରୁବାର ଦିନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାଦ୍ବାରା ଉପାନ୍ତ ଅଂଚଳବାସୀ ବହୁ ଭାବରେ ଉପକୃତ ହେବେ ବୋଲି ଆଶାକରାଯାଉଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026