ଦଶପଲ୍ଲା ପଶ୍ଚିମାଞ୍ଚଳରେ ସୁଭଦ୍ରା ରଥକୁ ସ୍ବାଗତ କଲେ ମହିଳା

୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଘରେ ଘରେ ‘ସୁଭଦ୍ରା’ର ବାର୍ତ୍ତା ବହନ କରି ସୁଭଦ୍ରା ଯୋଜନା ପାଇଁ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବାହାରି ଥ‌ିବା ସୁଭଦ୍ରା ରଥକୁ ଶନିବାର ଦିନ ଦଶପଲ୍ଲା ପଶ୍ଚିମାଞ୍ଚଳର ମୂଖ୍ୟ ବାଣିଜ୍ଜିକ ପେଣ୍ଠସ୍ଥଳୀ ବାଣିଗୋଛା ରେ ପହଞ୍ଚିବା ପରେ ପଂଚାୟତ କାର୍ଯ୍ୟାଳୟ ପରିସରରେ ଉଚ୍ଛସିତ ସମ୍ବର୍ଦ୍ଧନା ନା ଜ୍ଞାପନ କରାଯାଇଛି । ସମନ୍ନିତ ଶିଶୁବିକାଶ ସୁପର ଭାଇଜର ସୈଦାମିନି ସାହୁ,

ସିଆର୍ ପି, ଅଂଗନ ଓ୍ବାଡି କର୍ମୀ, ଏମ୍ ବି କେ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇ ରଥକୁ ସ୍ଵାଗତ କରିଥିଲେ । ଏହି ରଥ ବାଣିଗୋଛା, ଦୁଡା ଓ କୁଜାମେଣ୍ଢି ଗ୍ରାମପଞ୍ଚାୟତ ବୁଲି ଯୋଜନାର ସଚେତନତା ବାର୍ତ୍ତା କନସାଧାରଣଙ୍କ ନିକଟରେ ପହଞ୍ଚାଇବ ବୋଲି ଜଣାପଡ଼ିଛି । ଏଥ‌ି ସହିତ ଦଶପଲ୍ଲା ବ୍ଲକର ବିଭିନ୍ନ ପଞ୍ଚାୟତକୁ ରଥ ଯାଇ ସଚେତନତା ସୃଷ୍ଟି କରିବ ବୋଲି ମଧ୍ୟ ଜଣାପଡ଼ିଛି ।

Exit mobile version