୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ/ପୁରୀ ବେଳାମାର୍ଗରେ ଥିବା ପ୍ରସିଦ୍ଧ ଶୈବ ପୀଠ ବାବା ଗରୁଡଶ୍ୱରଙ୍କ ୯ତମ କ୍ଷୀର ସାଗର ମେଳା ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଟିତ ଏହି କ୍ଷୀରସାଗରରେ ବାବା ଗରୁଡ଼ଶ୍ୱର ଶହ ଶହ ଲିଟର କ୍ଷୀରରେ ସ୍ନାନ କରିଥିବା ଦେଖିବାକୁ ମିଳିଥିଲା । ଶନିବାର ପ୍ରତ୍ୟୁଷରୁ ବାବାଙ୍କ ସମସ୍ତ ରୀତିନୀତି ସହିତ ପୂଜାର୍ଚ୍ଚନା ସମାପନ କରାଯାଇ ଆଖପାଖ ଅଞ୍ଚଳର ଗୋପାଳ ଭାଇଓ ସ୍ଥାନୀୟ ଶ୍ରଦ୍ଧାଳୁ ମାନେ ଆଣିଥିବା କ୍ଷୀରରେ ଅଭିଷେକ କରାଯାଇଥିଲା ।
