Home ଓଡ଼ିଶା ମଣ୍ଡଳସ୍ତରୀୟ କ୍ରୀଡା ସଂଗଠନର ସାଧାରଣ ବୈଠକ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସୁସ୍ଥ ଶରୀର ନିମିତ୍ତ କ୍ରୀଡା ଅପରିହାର୍ଯ୍ୟ ୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ସଦର ମ ହକୁମାରେଅବସ୍ଥିତ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ବୋଲଗଡ଼ ମଣ୍ଡଳ ସ୍ତରୀୟ କ୍ରୀଡା ସଂଗଠନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋଷ୍ଠୀ ଶିକ୍ଷାଅ ଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ପୌରୋହିତ୍ୟ କରିଥିବାବେଳେ ସଂଗଠର ସମ୍ପାଦକ ମାନସ କୁମାର ବେହେରା ସଂଯୋଜନା କରିଥିଲେ । ପ୍ରାକ୍ତନ ପ୍ରଧାନ ଶିକ୍ଷକ ମାଗୁଣି ପ୍ରଧାନ ମୁଖ୍ୟଅତିଥି,ସହ -ଗୋଷ୍ଠୀ ଶିକ୍ଷାଧିକାରୀ ତଥା ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ କୈଳାସ ନାଥ ସ୍ବାଇଁ, ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ପୀତବାସ ଲେଙ୍କା ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । କ୍ରୀଡା ଶିକ୍ଷକ ଉମେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ତତ୍ପରେ ସମ୍ପାଦକ ଶ୍ରୀ ବେହେରା ବାର୍ଷିକ ବିବରଣୀ ପଠନ କରିଥିଲେ । ସଭାପତି ଏବଂ ଅତିଥିବୃନ୍ଦ ଖେଳ ଓ କ୍ରୀଡାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିବା ସହ କ୍ରୀଡାର ପ୍ରଗତି ନିମନ୍ତେ ବିଭିନ୍ନ ମତ ବ୍ୟକ୍ତ କରିଥିଲେ । ନୂତନ ଭାବେ ସଂଗଠନର ଉପସଭାପତି ପଦବୀରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସ୍ବାଇଁଙ୍କୁ ଅବସ୍ଥାପିତ କରାଯାଇଥିଲା ।ନୂତନ ଭାବେ କାର୍ଯ୍ୟକାରୀ କମିଟିର ସଭ୍ୟ ରୂପେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ସଭ୍ୟାରୂପେ ଶିକ୍ଷୟିତ୍ରୀ ସାହୁ,ସହ ସମ୍ପାଦକ ରୂପେ କ୍ରୀଡା ଶିକ୍ଷକ ଅଭିଷେକ ମହାନ୍ତି ଓ ସହ ସମ୍ପାଦିକା ରୂପେ କ୍ରୀଡା ଶିକ୍ଷୟିତ୍ରୀ ସୌଦାମିନୀ ବେହେରାଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଗଲା । ୨୦୨୪-୨୫ ଶିକ୍ଷାବର୍ଷର ଫୁଟବଲ ,ବ୍ୟାଡମିଣ୍ଟନ ଓ ଚେସ ଖେଳ ହୋଇଯାଇଛି ବୋଲି ସମ୍ପାଦକ ଶ୍ରୀ ବେହେରା ଅବଗତ କରିଥିଲେ । ନିକଟ ଭବିଷ୍ୟତରେ ଭଲି ଓ କବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ, ସାଗରଗୁଆଁ , କ୍ରିକେଟ ଓ ଆଥଲେଟିକ୍ସ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟରେ, ଖୋଖୋ ଖେଳ ଓ ଯୋଗାସନ ରଘୁନାଥ ମଧୁସୂଦନ ସରକାରୀ ଉଚ୍ଚ ବିଦ୍ୟାଳୟ, ଟାଙ୍ଗିସାହିରେ କରାଯିବା ପାଇଁ ସ୍ଥିର କରାଗଲା । କ୍ରୀଡା କ୍ଷେତ୍ରରେ ଗୋଷ୍ଠୀଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟଙ୍କର ଦୃଢ଼ ପଦକ୍ଷେପ ଏବଂ ସମ୍ପାଦକ ମାନସ ରଞ୍ଜନ ବେହେରାଙ୍କର ଅହରହ ପ୍ରୟାସ ପାଇଁ ଭୂୟସୀ ପ୍ରଶଂସା କରାଯାଇଥିଲା । ବୈଠକରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ୨୮ ଟି ମାଧ୍ୟମିକ ବିଦ୍ୟାଳୟ ସମେତ ସମସ୍ତ ଉଚ୍ଚ ମାଧ୍ୟମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ,ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସମସ୍ତ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । କ୍ରୀଡା ପ୍ରତିଯୋଗିତା ସମୟରେ ପୂର୍ଣ୍ଣ ସହଯୋଗ କରିବାକୁ କାର୍ଯ୍ୟକାରୀ କମିଟିର ସମସ୍ତ ସଭ୍ୟ ଏବଂ ସମସ୍ତ କ୍ରୀଡା ଶିକ୍ଷକ ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ ଶିକ୍ଷକ ରଜନୀକାନ୍ତ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026 ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାକୁ ବିଜେଡିର ତୀବ୍ର ନିନ୍ଦା by Proprietor Abhimanyu Maharana October 15, 2026