Home ଅପରାଧ ମହିଳାଙ୍କୁ ଅଟୋରୁ ଠେଲିଦେବା ଘଟଣା – ଡ୍ରାଇଭର ଗିରଫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଜଣେ ମହିଳାଙ୍କୁ ଏକାକୀ ଦେଖି ତାଙ୍କ ସହ ଅସଦାଚରଣ କରିବା ଏବଂ ପ୍ରତିବାଦ କରିବାରୁ ତାଙ୍କୁ ଅଟୋରୁ ଠେଲିଦେବା ଅଭିଯୋଗ କ୍ରମେ ବାଲୁଗାଁ ପୋଲିସ ସମ୍ପୃକ୍ତ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ଅଭିଯୁକ୍ତ ହେଲେ ବାଲୁଗାଁ ଅଞ୍ଚଳର ଅନନ୍ତ ବେହେରା (୩୦) l ପୋଲିସ ସୂଚନା ମୁତାବକ, ଗତ ୩ ତାରିଖ ଦିନ ସ୍ଥାନୀୟ ଅଞ୍ଚଳର ଶିବାନୀ ବେହେରା ନାମ୍ନୀ ମହିଳାଙ୍କୁ ଭଡା ସୂତ୍ରରେ ଅନନ୍ତ ଅଟୋ ରେ ବସାଇ ନାଭାଲ ଛକ ଅଭିମୁଖେ ନେଇଥିଲେ l ତେବେ ବଡକୁଳ ରେଲୱେ ଗେଟ ଅତିକ୍ରମ କରିବା ପରେ ଚାଳକ ଉକ୍ତ ମହିଳାଙ୍କୁ ଅସଦବ୍ୟବହାର ପ୍ରଦର୍ଶନ କରିବାରୁ ସେ ଏହାର ପ୍ରତିବାଦ ଜଣାଇଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ଚାଳକ ଅନନ୍ତ ମହିଳାଙ୍କୁ ଅଟୋରୁ ଭିଡି ବାହାରକୁ ଠେଲି ଦେଇଥିଲେ l ଫଳରେ ମହିଳା ଜଣକ ଆହତ ହୋଇଥିଲେ l ଏ ସମ୍ପର୍କରେ ମହିଳା ଜଣକ ବାଲୁଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୭୬/୨୪ ରେ ମାମଲା ରୁଜୁ କରିତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଫେରାର ଥିଲା l ଶନିବାର କୌଣସି ସୂତ୍ରରୁ ଖବର ପାଇ ପୋଲିସ ତାକୁ ଗିରଫ କରିଥିଲା l Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଦିଲ୍ଲୀର ବିକାଶପୁରୀଠାରେ ଗଣେଶ ମହୋତ୍ସବ ଆୟୋଜନ by Proprietor Abhimanyu Maharana September 18, 2026 ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026 ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026 ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ by Proprietor Abhimanyu Maharana September 18, 2026 ତାରିଣୀପୀଠରେ ଶତାଧିକ କୃଷକଙ୍କ ସମାଗମ ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ by Proprietor Abhimanyu Maharana September 18, 2026 ନୟାଗଡ଼ରେ ବିଜେପିର ମିଶ୍ରଣ ପର୍ବ : ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ବିଜେଡି କର୍ମୀ by Proprietor Abhimanyu Maharana September 18, 2026