ଜାତୀୟ ସେବା ଯୋଜନାର ଦିଶlନିର୍ଦ୍ଦେଶ କାର୍ଯ୍ୟକ୍ରମ

୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ  :-> ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ଦିଶାନିର୍ଦ୍ଦେଶ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନୂତନ ସ୍ବେଛାସେବୀମାନଙ୍କୁ ଜାତୀୟ ସେବା ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ପରିସର ସମ୍ପର୍କରେ ଅବଗତ କରାଯାଇଥିଲା l

ଡକ୍ଟର ସୁବୁଦ୍ଧି ଓ ଡକ୍ଟର ମହାରଣା ସେବା ଜୀବନର ଉତ୍କର୍ଷତା, ଗୋଷ୍ଠୀ ସମ୍ପର୍କ ଓ ଶିକ୍ଷାର୍ଥୀମାନଙ୍କର ନେତୃତ୍ୱ ବିକାଶ ସମ୍ପର୍କରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ lଏଥିରେ ପ୍ରାକ୍ତନ ସ୍ବେଛାସେବୀ ସଂଗ୍ରାମ କେଶରୀ ବେହେରା ତାଲିମଦାତା ଭାବେ ଯୋଗଦେଇ ମହାବିଦ୍ୟାଳୟର ଶୈକ୍ଷିକ ଜୀବନ ମଧ୍ୟରେ ତାଙ୍କର କିପରି ବ୍ୟକ୍ତିତ୍ୱ ବିକାଶ ଘଟିଛି ଓ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଛନ୍ତି ତାହା ଉପସ୍ଥାପିତ କରିଥିଲେ l ତାଲିମ୍ ଶେଷରେ ଅଧ୍ୟାପିକା ରୀନା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version