କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଓ ହିନ୍ଦୀ ଦିବସ ପାଳନ

୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି  :->  ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଓ ହିନ୍ଦୀ ଦିବସ ପାଳିତ ହୋଇଯାଇଛି l ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ଡେମୋ ଦେଖାଇ ଶିକ୍ଷା ଦାନ ଦେଇଥିଲେ l ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ ବିଦ୍ୟାଳୟରେ କିପରି ପ୍ରାଥମିକ ଚିକିତ୍ସାର ଉପଯୋଗ ହୋଇପାରିବ ଓ ବ୍ୟାଣ୍ଡେଜ କିପରି ବନ୍ଧା ଯାଏ ଶିକ୍ଷା ଦାନ ଦେଇଥିଲେ l

ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ନି ସୁରକ୍ଷା ସମ୍ପର୍କରେ ରା. ଉଦୟଗିରି ମୁଖ୍ୟ ଅଗ୍ନିସମ ଅଧିକାରୀ ଶ୍ରୀ କୁନା ଦଳାଇ ଏବଂ ତାଙ୍କ ସହକର୍ମୀ ବୃନ୍ଦ ଯୋଗ ଦେଇ ଯେ କୌଣସି ସମୟରେ ଓ ଯେ କୌଣସି ପରିସ୍ଥିତିରେ ନିଆଁ ଲାଗିଲେ କିଭଳି ନିଆଁକୁ ଆୟତ କରି ନିଜ ଧନ ଜୀବନ ରକ୍ଷା ହୋଇ ପାରିବ ଓ ପ୍ରାକୃତିକ ବିପ l

ର୍ଯୟ ଯଥା ଭୂମିକମ୍ପ ବନ୍ୟା ବାତ୍ୟା ରୁ କିଭଳି ରକ୍ଷା କରାଯାଏ ଡେମୋ ଦେଖାଇ ଥିଲେ l ସେହିଭଳି ହିନ୍ଦୀ ଦିବସ ପାଳନ ଅବସରରେ ହିନ୍ଦୀ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ହିନ୍ଦୀ ଦିବସ ସମ୍ପର୍କରେ ବୁଝାଇଥିଲେ l ଏ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ରଭାଷା ହିନ୍ଦୀ ଉପରେ ପ୍ରତିଯୋଗିତା ହୋଇଥିଲା l

କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏ ସମସ୍ତ କାର୍ଯ୍ୟକ୍ରମ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଧନ୍ୟବାଦ ଦେଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ l

 

Exit mobile version