Home ଓଡ଼ିଶା ଭୁବନେଶ୍ୱର ଓ କଟକ ଅଞ୍ଚଳର ରାସ୍ତା ମରାମତି ଅକେଫାବର ୫ ସୁଦ୍ଧା ସାରିବାକୁ ପୂର୍ତ୍ତମନ୍ତ୍ରୀଙ୍କ ନିର୍ଦ୍ଦେଶ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp କାର୍ଯ୍ୟର ଗୁଣବତ୍ତା ଉପରେ ନଜର ଦେବାକୁ ବୈଠକରେ ଗୁରୁତ୍ୱ ସମସ୍ତ ଡ୍ରେନ୍ କଭର କରିବାକୁ ଯୋଜନା ଜାତୀୟ ରାଜପଥ ସମସ୍ୟା ସମାଧାନ ଉପରେ ଆଲୋଚନା ୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଥିବା ସମସ୍ତ ରାସ୍ତାର ମରାମତି ଓ ଉନ୍ନତିକରଣ ନେଇ ଆଜି ମାନ୍ୟବର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେ୍ୱðତନଗରୀ ଅଞ୍ଚଳରେ ଖରାପ ହୋଇଯାଇଥିବା ସମସ୍ତ ରାସ୍ତାକୁ ଅକେଫାବର ୫ ତାରିଖ ସୁଦ୍ଧା ମରାମତି ଶେଷ କରିବାକୁ ମାନ୍ୟବର ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦଶହରା ସମୟରେ ସୁରକ୍ଷିତ ଯାତାୟତକୁ ଦୃଷ୍ଟିରେ ରଖି ସ୍ଥାନୀୟ ନିର୍ମାଣ ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଥିବା ରାସ୍ତା ମଧ୍ୟରୁ କେଉଁ ରାସ୍ତାର ସ୍ଥିତି କ’ଣ, ସେ ନେଇ ଆଲୋଚନା ହୋଇଥିଲା । ଏଥିରେ ଭୁବନେଶ୍ୱର ଅଞ୍ଚଳର ମୋଟ ୮୧୮ଟି ରାସ୍ତାର ୭୯୮ କିମି ମଧ୍ୟରୁ ୪୬୭ ରାସ୍ତାର ୫୬୫ କିମି ରାସ୍ତା ଭଲ ଥିବାବେଳେ ୨୮୯ଟି ରାସ୍ତାର ୧୫୦ କିମି ରାସ୍ତା ସାମାନ୍ୟ ମରାମତି ଏବଂ ୬୨ଟି ରାସ୍ତାର ୭୧ କିମି ରାସ୍ତା ଅଧିକ ମରାମତି ଆବଶ୍ୟକ ରହିଛି । ସେହିପରି କଟକ ଅଞ୍ଚଳର ମୋଟ ୯୫ଟି ରାସ୍ତାର ୧୯୭ କିମି ରାସ୍ତା ମଧ୍ୟରୁ ୬୧ଟି ରାସ୍ତାର ୧୧୭ କିମି ରାସ୍ତା ଭଲ ଥିବାବେଳେ ୨୭ଟି ରାସ୍ତାର ୭୦ କିମି ରାସ୍ତା ସାମାନ୍ୟ ମରାମତି ଏବଂ ୭ଟି ରାସ୍ତାର ୯ କିମି ରାସ୍ତା ଅଧିକ ମରାମତି ଆବଶ୍ୟକ ରହିଛି ବୋଲି ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା । ବୈଠକରେ କଟକ ଓ ଭୁବନେଶ୍ୱର ବିଧାୟକଗଣ, ମେୟର ଏବଂ ଅନ୍ୟ ରାଜନେତାମାନେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ରାସ୍ତା ମରାମତି ନେଇ ଆଲୋଚନା କରିଥିଲେ । ଶେଷରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତଙ୍କ ଆଲୋଚନା ଶୁଣିବା ସହ ମହାନଗର ନିଗମ, ପୂର୍ତ୍ତ ଏବଂ ଜାତୀୟ ରାଜପଥ ପ୍ରାଧିକରଣ ନିକଟରେ ଥିବା ସମସ୍ତ ରାସ୍ତାର ମରାମତି ସହ ଲୋକଙ୍କ ଯାତାୟତକୁ ସୁଗମ କରିବା ପାଇଁ ଆବଶ୍ୟକ ସମସ୍ତ ଟେଣ୍ଡର କାର୍ଯ୍ୟ ସହ ଅକେଫାବର ୫ ଭିତରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣ କାର୍ଯ୍ୟରେ ଗୁଣବତ୍ତା ଉପରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିବା ସହ ଉଭୟ ସହରରେ ଥିବା ଡ୍ରେନ୍ଗୁଡ଼ିକରେ କଭର ପକାଇବା, ଜାତୀୟ ରାଜପଥ ଏବଂ ସର୍ଭିସ୍ ରୋଡ୍ ସମସ୍ୟାର ସମାଧାନ ଦିଗରେ ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ସହରର ଜଳବନ୍ଦି ସମସ୍ୟାର ସମାଧାନ ସହ ପରବର୍ତ୍ତୀ ସମୟରେ ନିୟମିତ ଭାବେ ରାସ୍ତାଘାଟ ମରାମତି ଅନୁଧ୍ୟାନ ନେଇ ବୈଠକ ଓ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ । ଏହି ବୈଠକରେ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଚୌଦ୍ୱାର-କଟକ ବିଧାୟକ ଶ୍ରୀ ସୌଭିକ୍ ବିଶ୍ୱାଳ, ବାରବାଟି-କଟକ ବିଧାୟିକା ଶ୍ରୀମତୀ ସେଫିଆ ଫିର୍ଦୋସ୍, କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂ, ରାଜନେତା ଶ୍ରୀ ଜଗନ୍ନାଥ ପ୍ରଧାନ, ଶ୍ରୀ ଦିଲ୍ଲୀପ ମହାନ୍ତି, ଶ୍ରୀ ନୟନ କିଶୋର ମହାନ୍ତି, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି ମୁଖ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026