ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର

୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନାଚୁଣୀ ସ୍ଥିତ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଭୁବନେଶ୍ବର ସ୍ଥିତ ହାଇଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ଆନୁକୂଲ୍ୟରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଵଡପଦର ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ର ସଭାପତି ଅଶ୍ଵିନୀ କୁମାର ମହାପାତ୍ର, ସମ୍ପାଦକ ଦେବେନ୍ଦ୍ରନାଥ ମହାରଥୀ, କୋଷାଧ୍ୟକ୍ଷ ହରିବନ୍ଧୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ହାଇଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ର ଭେଷଜ ବିଭାଗ ଚିକିତ୍ସକ ଡାଃ ସ୍ମିତା ପ୍ରିୟଦର୍ଶିନୀ,

ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶ୍ରୀମୟ ପାଣି, ଗବେଷଣାଗାର ସହାୟକଵିଶ୍ଵଜିତ୍ ବେହେରା,ଇ ସି ଜି ଟେକ୍ନିକ୍ ସହାୟକ ସଞ୍ଜୟ କୁମାର ମିଶ୍ର,ବି ଏସ ସି ନର୍ସିଙ୍ଗ ଛାତ୍ରୀ ଦେବସ୍ମିତା ଦଲ ସିଂହ, ଲକ୍ଷ୍ମୀ ପ୍ରିୟା ଵସନ୍ତିଆ, ଦୀପ୍ତି ରାଣୀ ସାହୁ ପ୍ରମୁଖ ଯୋଗଦାନ କରି ୧୦୦ରୁ ଉର୍ଦ୍ଧ୍ବ ରୋଗୀ ଙ୍କୁ ମାଗଣା ପରାମର୍ଶ, ସ୍ଵାସ୍ଥ୍ୟ ପରୀକ୍ଷା ଆଦି ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ ।

ଏହି ରୋଗୀ ମାନଙ୍କ ମଧ୍ୟ ରୁ ୪୫ଜଣ ଭେଷଜ ଚିକିତ୍ସା ଓ ୫୫ଜଣ ଅସ୍ଥିଶଲ୍ୟ ଚିକିତ୍ସା ପରାମର୍ଶ ଓ ସୁବିଧା ପାଇଁ ପାରିଥିଲେ । ସଂଘ ର ଅନୁରୋଧ କ୍ରମେ ଆଗାମୀ ନଭେମ୍ବର ମାସରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ହେବ ବୋଲି ମେଡିକାଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ପରିଶେଷରେ ସେବା ଯୋଗାଇ ଦେଇଥିବା ଚିକିତ୍ସକ ଓ ସ୍ଵାସ୍ଥ୍ୟ କର୍ମଚାରୀ ମାନଙ୍କୁ ସଂଘ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।


 

Exit mobile version