୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଅଞ୍ଚଳର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଜିଲ୍ଲାପାଳ ଋତୁରାଜ ଏକ ତୁଫାନୀ ଗ୍ରସ୍ତରେ ଆସି ପୂର୍ବାହ୍ନରେ କୋଟଗଡ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳ ବିଡିଓଙ୍କ କାର୍ଯ୍ୟାଳୟରେ ବିଡିଓ ଶୁଭକାନ୍ତ ନାୟକଙ୍କ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅପରାହ୍ନରେ ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ପରେ ଦୁର୍ଗମ ଜାକେଶୀ, ମାର୍ଲାଙ୍ଗା, ଓରା, ଜୁବାଗୁଡା , କଟାବାଡ଼ି ପର୍ତ୍ତମାହା ପର୍ଯ୍ୟନ୍ତ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ।
