୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :-> କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ଅନ୍ତର୍ଗତ ମୁର୍ତ୍ତାହାଣ୍ଡି ଗ୍ରାମ ପଞ୍ଚାୟତ ର ୧୪ ରୁ ଉର୍ଦ୍ଧ୍ୱ ୱାର୍ଡ ସଭ୍ୟ ଓ ସଭ୍ୟା ସରପଞ୍ଚ ସହଦେ ପୂଜାରୀଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ସହ ସରପଞ୍ଚ ପଦକୁ ରଦ୍ଧ କରିବାପାଇଁ ଦାବି କରିଛନ୍ତି । ସୂଚନା ଅନୁଯାୟୀ ସରପଞ୍ଚ ବାବୁ ବିଭିନ୍ନ ପ୍ରକାରର ଅନୈତିକ ଓ ଦୁର୍ନୀତି କାର୍ଯ୍ୟରେ ସଂମ୍ପୃକ୍ତ ଥିବା ପରିଲକ୍ଷିତ ହୋଇଅଛି । ଯଥା ପ୍ରଧାନମନ୍ତ୍ରୀ ଅ ।ବାସ ଗୃହ ର୍ନିମାଣ ବାବଦକୁ ହିତାଧିକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା, ମଧୁବାବୁ ଓ ଜାତୀୟ ହିତାଧିକାରୀ ମାନଙ୍କ ଭତ୍ତା ଅର୍ଥ ହେର ଫେର୍, ହରିଶ୍ଚନ୍ଦ୍ର ଯୋଜନା ଅର୍ଥ କୁ ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ନଦେଇ ନିଜେ ଅ ।ତ୍ମସାତ କରିବା କେନ୍ଦ୍ର ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ପାଣ୍ଠିକୁ ଦୁରୁପଯୋଗ କରିବା, ପଞ୍ଚାୟତ ର ମାସିକ ବୈଠକ, ଗ୍ରାମ ସେବାରେ ଅନୁପସ୍ଥିତ ରହିବା, ଏଭଳି ସରପଞ୍ଚଙ୍କ ନାମରେ ଅନେକ ତୃଟି ଦର୍ଶାଯାଇଛି ।
