Home ଓଡ଼ିଶା ଦୁର୍ନୀତିର ମୁଖା ଖୋଲିବ ଜବରଦଖଲ ଜମି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :-> ଆଗେ ଦୋକାନ ପିଛେ ମକାନ ପ୍ରସଙ୍ଗ ଘଟଣାର ଜବରଦଖଲ ଜମି ଅଧିଗ୍ରହଣ ମୁନିସପାଲଟି ର ଦୃର୍ନୀତି ମୁଖା ଖୋଲିବାର ବାଟ ଦେଖାଇବାରେ ଲାଗିଛି । ପ୍ରଶାସନିକ ଅରାଜକତା ଓ କର୍ମଚାରୀଙ୍କ ଚତୁରତାକୁ ନେଇ ଦୃର୍ନୀତିର ସିମା ଉଲଂଘନ କରିବାକୁ ବସିଛି ସୁନାବେଡା ମୁନିସପାଲଟି । ଦୋକାନି ମଧ୍ୟରେ ମୁହାଁମୁହିଁ ହୋଇ ଅଭିଯୋଗ ପଦାରେ ପଡିଛି ଜମି ଜବରଦଖଲ ଦୃଶ୍ୟ । କୋରାପୁଟ ଜିଲ୍ଲା ସୁନାବେଡା ମୁନିସପାଲଟିରେ କିଛି ଦୋକାନୀମାନଙ୍କ ଜମି ଜବରଦଖଲ କରି ନିଜ ଅତିଆରକୁ ନେଇଥିବା ତାହା ଅଭିଯୋଗକୁ ନେଇ ପଦାରେ ପଡିଛି । କଥା ବର୍ତମାନ ନୁହଁ ବହୁ ବର୍ଷ ହେଲା ମୁନିସପାଲଟିରେ ବିଭିନ୍ନ ସ୍ଥାନରେ ଦୋକାନ ଦିଆଯାଇଛି । ସେଠାରେ ଦୋକାନ ଗୃହ ଖୋଲି ବ୍ୟବସାୟ କରିବା ସହ ପାର୍ଶ୍ୱ କିମ୍ବାପଛରେ ଥିବା ସରକାରୀଜମିକୁ ଜବରଦଖଲ କରି ସେଠାରେ ଆବସିକ କୋଠା ନିର୍ମାଣ କରି ରହୁଛନ୍ତି । ଆଗରେ ଦୋକାନ ପଛରେ ନିଜର ଆବସିକ ବିଳାସପୂର୍ଣ୍ଣ କୋଠା । ଏହି ଜବରଦଖଲ ରେ ମୁନିସପାଲଟିର କିଛି କର୍ମଚାରି ନିଜପକେଟ ଗରମକୁ ନେଇ ଦୋକାନୀମାନଙ୍କ ଠାରୁ ମୋଟା ଅର୍ଥ ଆଣି ଏହି ବ୍ୟବସାୟ କରିଛନ୍ତି । ରାସ୍ତା ପାଶ୍ୱର୍ରେ ଥିବା ଆଗରେ ମୁନିସପାଲଟିର ଦୋକାନ ପଛରେ ଆବାସିକ ଗୃହ ନିର୍ମାଣ ହେବା କଥା ମୁନିସପାଲଟି ଅଧିକାରୀଙ୍କୁ ସଂପୂର୍ଣ୍ଣ ଭାବରେ ଅବଗତଥିଲେ ମଧ୍ୟ ଅଜଣା ଅଭୀନୟକରିବାରେ ଲାଗିଛନ୍ତି । ଖାଲି ପଡିଥିବା ଜମିରେ ମୁନିସପାଲଟି ପ୍ରଶାସନର ବିକାଶର ଚିନ୍ତା ପ୍ରକଳ୍ପ ନଥିବା ନେଇ ଏହାର ବେଶ ଫାଇଦା ନେଉଛନ୍ତି ଅନ୍ୟମାନେ । ଜବରଦଖଲରେ ସବୁ ବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି ଦୋକାନି । କାହାର ଦୋକାନ ଆଗକୁ ବଢାଇବା ପ୍ରସଙ୍ଗତ, କାହାର ଦୋକାନ ପଛପଟର କାନ୍ଥଭାଙ୍ଗି ବଢାଇବା, କାହାର ଥିବା ଡ୍ରେନ ଉପରେ ଦୋକାନ ଗୃହକୁ ବଢାଇବା ପରି ସମସ୍ୟା ମୁନିସପାଲଟିରେ କିଛିନୂଆଁ ନୁହଁ । ଦାୟିତ୍ୱରେ ଥିବା କର୍ମଚାରି ସବୁ ଜାଣିଛନ୍ତି କିନ୍ତୁ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଏଥିରେ ମଧ୍ୟ ସଂପୃକ୍ତ ଥିବା ଅଧିକାରିମାନଙ୍କ ଦୃର୍ନିତି ରହିଥିବା ଜଣାପଡିଛି । ଏଥିରୁ ଅନୁମାନ କରିବାକୁ ହେବ ଯେ,କୌଣସି ଅଧିକାରି ନିଜର ଫାଇଦା ଛାଡି କେବେ ବି ବିକାଶର ଚିନ୍ତା କରୁ ନାହାଁନ୍ତି । କେବଳ ଫାଇଲ ଦେଖାଇ ମୋଟା ଅର୍ଥ ଲାଳସା ରହିଆସୁଛନ୍ତି । କିଛି ଦୃର୍ନୀତି ଖୋର କର୍ମଚାରୀ ମାନଙ୍କ ପାଇଁ ଆଜିର ଜିଲ୍ଲା ସବୁଠାରୁ ବିକାଶରେ ଆଗୁଆ ଥିବା ମୁନିସପାଲଟି ବର୍ତମାନ ମାଳମାଳ ଦୃର୍ନିତିରେ ଲିପ୍ତ ରହିଛି । ସୂଚନା ଅନୁଯାୟି ଖବରରୁ ପ୍ରକାଶ ଯେ, ନଜର ଦୃର୍ନିତି ବିଭାଗର ରହିଥିବା ବେଳେ ଏହାର ଯାଂଚ କରିବା ନେଇ ଆକଳନ ଚାଲିଥିବା ଜଣା ଯାଇଛି । ଏହି ବିଷୟକୁ ନେଇ ନିର୍ବାହି ଅଧିକାରି ନାରାୟଣ ନାୟକଙ୍କୁ ପଚାରିବାରେ ସେ ଫୋନ କଲଟି ଉଠାଇ ନଥିଲେ ତେଣୁ ସ୍ପଷ୍ଟିକରଣ ଜାଣି ହୋଇ ନଥିଲା । Categories: ଓଡ଼ିଶା, କୋରାପୁଟ, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026