Home ଓଡ଼ିଶା ପ୍ରିମିୟର ହେଲା ଓଡ଼ିଆ ଫିଲ୍ମ “ଆଶ୍ରମ-ଏକ ଆଶାର ଆଶ୍ରୟ” : ଅନୁଭୂତି ,ଅନ୍ୱେଷଣ ଆଉ ଓଡ଼ିଆ ଅସ୍ମିତାର ଛବି “ଆଶ୍ରମ” by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଭୁବନେଶ୍ୱରର PVR ରେ ଅନିଶ ଏଣ୍ଟେର୍ଟେନମେଣ୍ଟ ପ୍ରସ୍ତୁତ “ଆଶ୍ରମ”-ଏକ ଆଶାର ଆଶ୍ରୟ” ଚଳଚ୍ଚିତ୍ରର ପ୍ରିମିୟର ସୋ ଅନୁଷ୍ଠିତ ହୋଇଯାଇଛି । ୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଆ ଚଳଚ୍ଚିତ୍ର ଜଗତର ସଦା ଲାସ୍ୟମୟୀ ସଫଳ ଅଭିନେତ୍ରୀ ମହାଶ୍ଵେତା ରାୟଙ୍କୁ ଅନେକ ଦିନ ପରେ “ଆଶ୍ରମ-ଏକ ଆଶାର ଆଶ୍ରୟ” ଚଳଚ୍ଚିତ୍ରରେ ଦେଖିବାକୁ ମିଳିଲା । ଅତୀତରେ ଅନେକ ସଫଳ ବ୍ୟବସାୟିକ ସିନେମା ଭେଟି ଦେଇଥିବା ରୁପେଲି ପରଦାର ମାଣିକ ଆଉ ଗୌରୀ ଫେମ ମହାଶ୍ଵେତା ରାୟଙ୍କର ଏହି ସିନେମାରେ ଏକ ଗାମ୍ଭିର୍ଯ୍ୟପୂର୍ଣ୍ଣ ଅଭିନୟ, ଓଡ଼ିଆ ଦର୍ଶକ ମାନଙ୍କୁ ପୁଣି ଥରେ ପ୍ରେକ୍ଷାଳୟକୁ ଫେରାଇ ଆଣିବାକୁ ଆଶା ସୃଷ୍ଟି କରିପାରିଛି। ଓଡିଶୀ ନୃତ୍ୟଙ୍ଗନା, ମର୍ଦ୍ଦଳ ବାଦିକା ଓ ସର୍ବୋପରି ପ୍ରେମିକାର ଅଭିନୟ ପାଇଁ ପରଦାରେ ମହାଶ୍ୱେତା ରାୟ ଙ୍କ ଅତୀତ ହୋଇ ଆସିଛନ୍ତି ନୂଆ ସମୟର ବେଶ ଲୋକପ୍ରିୟ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର । ପ୍ରଚଣ୍ଡ ପ୍ରତିଭାମୟୀ ସୂର୍ଯ୍ୟମୟୀଙ୍କ ପାଖରେ ପ୍ରଚୁର ଦକ୍ଷତା ଅଛି ଏବଂ ସିନେମାର ଅନେକ ଦୃଶ୍ୟରେ ସେ ତାହା ଖୁବ ଭଲ ଭାବରେ ପ୍ରତିପାଦିତ କରିପାରିଛନ୍ତି । ତାଙ୍କ ଲାସ୍ୟମୟୀ ଚାହାଣୀ ଓ ଲାଳିତ୍ୟ ସାଙ୍ଗକୁ ଓଡିଶୀ ନୃତ୍ୟର ଦକ୍ଷତା ତାଙ୍କୁ ଦର୍ଶକମାନଙ୍କ ପାଖରେ ଅତି ପ୍ରିୟ କରାଇ ପାରିଛି । ଅଭିଷେକ ଗିରି ରୋମାଣ୍ଟିକ ଓ ପ୍ରେମିକ ଚରିତ୍ର ପାଇଁ ସବୁବେଳେ ଜଣେ ସଫଳ ଅଭିନେତା । ତାଙ୍କର ଗମ୍ଭୀର ସ୍ୱର ଅଭିୟନୟରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରେ । ସେ’ ସବୁବେଳେ ଚରିତ୍ର ସହିତ ଖାପ ଖୁଆଇ ପାରୁଥିବା ଜଣେ ସୁ-ଅଭିନେତାର ମାନ୍ୟତା ପାଇଛନ୍ତି । ଏହି ସିନେମାରେ ଅଭିଜ୍ଞ ସମ୍ପର୍ଣ୍ଣ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ସହିତ ତାଳ ଦେଇ ନିଜର ଗମ୍ଭୀର ବ୍ୟକ୍ତିତ୍ୱ କୁ ବେଶ ପରିପୁଷ୍ଟ କରିପାରିଛନ୍ତି ଅଭିଷେକ । ନୂତନ ନାୟିକା ତନୁଶ୍ରୀ ଯିଏ ‘ଝୁଲଣ’ ଚରିତ୍ରରେ ଅଛନ୍ତି ଏବଂ ସାଥି ଚରିତ୍ର ରେ ଅଛନ୍ତି ନବାଗତ ଅଭିନେତା ସୌମ୍ୟ । ଏମାନଙ୍କ ସହିତ ଶ୍ଵେତା ଆଚାର୍ଯ୍ୟ ,ବିଜୟିନୀ ମିଶ୍ର ,ତାପସ ଓ ଶଙ୍କରଙ୍କ ପରି କଳାକାର ସେମାନଙ୍କ ନିଖୁଣ ଅଭିନୟରେ ଦର୍ଶକଙ୍କୁ ବେଶ ଆମୋଦିତ କରିଛନ୍ତି । ଆଶ୍ରମର ଆଉ ଏକ ଭିନ୍ନତା ହେଲା ପୁରୀ ସହରକୁ ନେଇ ପ୍ରଯୋଜକ ତପନ କୁମାର ଦାଶ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଓ ଓ ଚିତ୍ରୋତ୍ତଳକ ଦୀପକ କୁମାର ଖୁବ ସୁନ୍ଦର ଭାବେ ଶ୍ରୀମନ୍ଦିରର ଆଖପାଖ ,ସାହି ଯାତ,ଚନ୍ଦନ ଯାତ , ସମୁଦ୍ର କୂଳ,ନୋଳିଆ ସାହି,ପୁରୀର ପୁରୁଣା ଘର ଓ ଉଚ୍ଚା ପିଣ୍ଡା ଓ ଦୁର୍ଗା ମୂର୍ତ୍ତି ଇତ୍ୟାଦି ସଫଳତାର ସହ ଚିତ୍ରିତ କରିଛନ୍ତି । ପ୍ରଯୋଜକ ତପନ କୁମାର ଦାଶ ପୂର୍ବରୁ ଫିଲ୍ମ “ଚକ୍ଷୁ ବନ୍ଧନ” ଓ “ମାୟାବୀ” ନିର୍ମାଣ କରିଛନ୍ତି , ଯାହାକି ଓଡ଼ିଶାରେ ହେଉଥିବା ଅନ୍ୟ ସିନେମା ପ୍ରଡକ୍ସନ ଠାରୁ କିଛିଟା ଭିନ୍ନ ଥିଲା.ଏହି ଚଳଚିତ୍ର ର କାହାଣୀ ସମ୍ପୂର୍ଣ୍ଣ ମୌଳିକ ହୋଇଥିବା ବେଳେ ପୁରୀ ରେ ସମୁର୍ଣ୍ଣ ଫିଲ୍ମ ଟିକୁ କରିବାର ଶ୍ରେୟ ହେଉଛି ଏହି ପ୍ରଯୋଜକଙ୍କର ବୋଲି ଅନେକ ମତବ୍ୟକ୍ତ କରିଛନ୍ତି । ସୁପ୍ରସିଦ୍ଧ ନିର୍ଦେଶକ ସୁଧାଂଶୁ ମୋହନ ସାହୁ ତାଙ୍କର ପୂର୍ବ ଫିଲ୍ମ “ମାୟାବୀ” ର ନିର୍ଦେଶନା ମଧ୍ୟ ଦେଇଥିଲେ । ଏହାର କାହାଣୀ ନିତ୍ୟାନନ୍ଦ ନନ୍ଦୀ ,ଚିତ୍ରନାଟ୍ୟ ଓ ସଂଳାପକାର ଦିଲୀପ ଚୌଧୁରୀ ଥିବା ବେଳେ କ୍ରିଏଟିଭ ଉପଦେଷ୍ଟା ଅଛନ୍ତି ଶ୍ୟାମା ପ୍ରସାଦ ମିଶ୍ର । ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର.ଗୀତିକାର ବାପୁ ଗୋସ୍ୱାମୀ.ସୁନାମଧନ୍ୟ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀ, ବିଶ୍ୱଜିତ ମହାପାତ୍ର, ରୂପକ ପରିଡା ଓ ସୋହିନୀ ମିଶ୍ର ପ୍ରମୁଖ ଏଥିରେ କଣ୍ଠଦାନ କରିଛନ୍ତି . ଏହି ସିନେମାରେ ଖୁବ ସୁନ୍ଦର ଗୀତ ଗୁଡିକ ରହିଛି । ଅବର୍ଣ୍ଣନୀୟ ଜଗନ୍ନାଥ ,ସୁ-ପ୍ରଭାତ ,ଅନିନ୍ଦିକା ଗୀତ ରଚନାରେ ନିଶ୍ଚିତ ଭାବରେ ଏକ ଗବେଷଣା ,ବାପୁ ଗୋସ୍ୱାମୀଙ୍କୁ ଗୀତ ରଚନା ପାଇଁ ଏ ସଫଳତାର ଶ୍ରେୟ ଯାଉଛି । ଆଶ୍ରମର ସବୁ ଗୀତ ଏକ ସିନେମା ସଂଗୀତ ଜଗତରେ ଏକ ଉଦାହରଣ ସୃଷ୍ଟି କରିବ । ଏହି ସିନେମାର ପ୍ରତିଟି ସଂଗୀତ ଶ୍ରୋତା ଓ ଦର୍ଶକ ମାନଙ୍କୁ ଓଡ଼ିଆ ମନସ୍କ କରାଇବ । ଏହି ଚଳଚିତ୍ରରେ ସମାଜକୁ ଅନେକ ବାର୍ତ୍ତା ଅଛି .ଅନ୍ୟ ମାନଙ୍କ ପାଇଁ ଦେବାରେ ଯେଉଁ ଆନନ୍ଦ ଅଛି ତାହା ପାଇବାରେ ନାହିଁ..ଏପରି କରିବା ପାଇଁ ଏକାନ୍ତ ଇଚ୍ଛା ଶକ୍ତି ଦରକାର .ଯାହା ଏହି ସିନେମାର ମୁଖ୍ୟ ଚରିତ୍ର କରିପାରିଛନ୍ତି । ଅନେକ ଏହି ସିନେମା ଦେଖିବା ପରେ ମତ ଦେଇଛନ୍ତି ସମ୍ପ୍ରତି ସିନେମା ନିର୍ମାଣ କେବଳ ବ୍ୟବସାୟ ହୋଇ ନାହିଁ , ବରଂ ଅନୁଭୂତି ,ଅନ୍ୱେଷଣ ଆଉ ଓଡ଼ିଆ ଅଶ୍ମୀତାର ଛବି ପାଲଟି ଯାଇଛି । ଆଶ୍ରମ ଚଳଚିତ୍ର ସେଭଳି ଏକ ନୂଆ ଦିଗନ୍ତର ପରିଚାୟକ ହେବ ଏଥିରେ ସନ୍ଦେହ ନାହିଁ । ଓଡ଼ିଶାର ବିଭିନ୍ନ ବର୍ଗର ସୁପରିଚିତ ବ୍ୟକ୍ତିତ୍ୱ ମାନେ ପ୍ରିମିଏର ସୋ ରେ ଯୋଗଦେଇ ସିନେମାଟିକୁ ଭୁୟସୀ ପ୍ରଶଂସା କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମନୋରଞ୍ଜନ, ମହାନଗର, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026