Home ଓଡ଼ିଶା ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତର ଦାୟିତ୍ଵ ଓ ସ୍ବଚ୍ଛତା ଆନୁକୁଲ୍ୟରେ ଓ ଜିଲ୍ଲା ପରିଷଦ, ଗଞ୍ଜାମଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପଞ୍ଚାୟତ ସମିତି, ହିଞ୍ଜିଳିକାଟୁ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସମ୍ପର୍କିତ ବ୍ଲକ୍ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନୋଡାଲ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓଙ୍କ ତତ୍ତ୍ୱାବଧାନରେ ବ୍ଲକ୍ ସଭାଗୃହ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସରସ୍ଵତୀ ସେଠୀ ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ରବୀନ୍ଦ୍ର ମଲାଣ, ଉପାଧ୍ୟକ୍ଷ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅର୍ପଣ କୁମାର ପୂଜାରୀ ପ୍ରମୁଖ ମଞ୍ଚାସିନ ଥିଲେ। ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅନିଲ ପାଣି ପୂର୍ବ ବୈଠକର ବିବରଣୀ ଉପସ୍ଥାପନା କରିଥିଲେ। ପରେ ଆର୍ଥିକ ବର୍ଷ ୨୦୨୩-୨୪ର ୦୧-୧୦-୨୩ ଠାରୁ ୩୧-୦୩-୨୪ ଅବଧିର ସାମାଜିକ ସମୀକ୍ଷା ସମ୍ପର୍କରେ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ପଞ୍ଚାୟତୱାରୀ ଅନୁମୋଦିତ ପ୍ରକଳ୍ପ, କାର୍ଯ୍ୟକାରୀ ହେଉଥିବା ବ୍ୟକ୍ରିଗତ ଓ ଗୋଷ୍ଠୀଗତ ପ୍ରକଳ୍ପ, ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ, ପ୍ରାପ୍ତ ଅନୁଦାନ,ବ୍ୟୟ ବରାଦ, ପଞ୍ଜିକୃତ ପରିବାର,ଜାରିତ ଜବକାର୍ଡ, କାମ ପାଇଁ ଆବେଦନ କରିଥିବା ପରିବାର, କର୍ମ ନିଯୁକ୍ତି ପାଇଥିବା ପରିବାର,ଶହେ ଦିନ ସମ୍ପୂର୍ଣ୍ଣ କରିଥିବା ପରିବାର, ଶ୍ରମିକ ଦିବସ ସଂଖ୍ୟା,ସକ୍ରିୟ ଥିବା ଜବକାର୍ଡ ଧାରି ସଂଖ୍ୟା ଆଦି ପ୍ରସଂଗରେ ବିଶଦ ଭାବେ ଆଲୋଚନା ହୋଇଥିଲା। ଆଲୋଚନାରେ ଅଂଶଗ୍ରହଣ କରି ପୁଟିଆ ପଦର ସରପଞ୍ଚ ସୁଦର୍ଶନ ରାଉତ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ ଥିବା କିଛି ଯୋଗ୍ୟ ହିତାଧିକାରୀଙ୍କ ପ୍ରାପ୍ୟ ମିଳିବାରେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରସଂଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ପାଟପୁର ଠାରୁ ପଳାସି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ହିଞ୍ଜିଳିକାଟୁ ବନ ବିଭାଗ ଦ୍ଵାରା ମନରେଗା ଯୋଜନାରେ ପଥପାର୍ଶ୍ଵ ବନୀକରଣ ପ୍ରକଳ୍ପରେ ୧୨୫୦ସଂଖ୍ୟକ ଚାରା ଗଛ ରୋପଣ ହୋଇଥିବା ନାଗରିକ ସୂଚନା ଫଳକରେ ଦର୍ଶା ଯାଇଛି। ଏସବୁ ଚାରାଗଛ ବଞ୍ଚିବା ସକାଶେ ଗତ ଖରାଦିନରେ ଆବଶ୍ୟକ ପରିମାଣର ଜଳ ବନ୍ଦୋବସ୍ତ କରାଯାଇଥିବା ବନପାଳ କହିଛନ୍ତି । ଏହା ସତ୍ତ୍ୱେ ଉପଯୁକ୍ତ ଭାବେ ତଦାରଖ ନ ହେବାରୁ ସଂଖ୍ୟାଧିକ ଚାରା ନଷ୍ଟ ହେବା ଓ ଦେଖାରଖା ସକାଶେ ଜଗୁଆଳି ନ ଥିବା ଯୋଗୁଁ ଲକ୍ଷାଧିକ ଟଙ୍କାର ପ୍ରକଲ୍ପ ସଫଳ ରୂପାୟନ ହେଉ ନ ଥିବା ନେଇ ପାଟପୁର ସରପଞ୍ଚ କାହ୍ନୁ ଚରଣ ରାଉତ ଉଦବେଗ ପ୍ରକାଶ କରିଥିଲେ । ଏଥିସହ ନନ୍ଦିକ ବିଟ ଅଞ୍ଚଳରେ ବ୍ୟାପକ ଭାବେ ଗଛ କଟା ଯାଉଥିବା ବେଳେ ବନ ବିଭାଗ ତରଫରୁ କୌଣସି କାର୍ଯାନୁଷ୍ଠାନ ନ ହେବା ସେ ଅଭିଯୋଗ କରି ମଞ୍ଚାସୀନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବନ ବିଭାଗ ଅଞ୍ଚଳରେ ଏଭଳି ଅଭିଯୋଗ ପରେ ୭ ଦିନ ମଧ୍ୟରେ ଏହାର ବାସ୍ତବ ସ୍ଥିତି ସଂପର୍କରେ ରିପୋର୍ଟ ପ୍ରଦାନ କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୈଠକରେ ଉପସ୍ଥିତ ଥିବା ବନପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ବନପାଳ,ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା,ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ପଞ୍ଚାୟତ ନିର୍ବାହୀ ଅଧିକାରୀ , କନିଷ୍ଟ ଯନ୍ତ୍ରୀ, ଏଡିଇଓ, ଗାଁ ସାଥୀ ପ୍ରମୁଖ ଉପସ୍ଥିତ ଥିଲେ। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026